ଜୟପୁର: ଜେଲ ଭିତରେ ବାଜିଲା ସାହାନାଇ। କାରାଗାର ପାଲଟିଲା ବିବାହ ମଣ୍ଡପ। ଆଇନଗତ ଅନୁମତି ଓ ଜେଲ୍ ପ୍ରଶାସନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କଏଦୀ। ଜେଲ୍ ପରିସରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକ ଅନୁମତି ପରେ କାରାଗାର ଭିତରେ ଦୁଇ କଏଦୀଙ୍କ ବିବାହ ସମ୍ପନ୍ନ ହୋଇଛି।