ଏଠାରେ ସୂଚନାଯୋଗ୍ୟଯେ ଜିଲ୍ଲାର ସର୍ବାଧିକ ରବି ଧାନ ସଂଗ୍ରହ ଟାର୍ଗେଟ ପଦ୍ମପୁର ବ୍ଲକକୁ ମିଳିଥିଲା । ଜିଲ୍ଲାରେ ୧ଲକ୍ଷ ୨୫ହଜାର ୯୫୦ କ୍ବିଣ୍ଟାଲ ଧାନ ସଂଗ୍ରହ ଟାର୍ଗେଟ ଦିଆଯାଇଥିବା ବ‌େଳେ ବର୍ତ୍ତମାନ  ସୁଦ୍ଧା ୧ଲକ୍ଷ ୨୨ ହଜାର ୬୬.୪୯ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବିଭାଗୀୟ ସୂତ୍ରୁ ଜଣାପଡିଛି । ସେଥିମଧ୍ୟରୁ କେବଳ ପଦ୍ମପୁର ବ୍ଲକକୁ ୭୬ହଜାର ୮୦୦ କ୍ବିଣ୍ଟାଲ ଧାନ ସଂଗ୍ରହ ‌ଟାର୍ଗେଟ ମଳିଥିବା ବେଳେ ବର୍ତମାନ ସୁଦ୍ଧା  ୭୬ ହଜାର ୭୯୨.୮୪ କ୍ବିଣ୍ଟାଲ ରବି ଧାନ ସଂଗ୍ରହ କରାଯାଇଥିବା କୁହାଯାଇଛି । ଚଳିତ ରବି ଋୁତୁରେ ୨ବର୍ଷ ପରେ ବଡନାଳ ଡ୍ୟାମରୁ କେନାଲ ଯୋଗେ ପାଣି ଯୋଗାଇଦିଆଯାଇଥିବାରୁ ପ୍ରଚୁର ଧାନ ଉତ୍ପାଦନ ହୋଇଥିଲା ।