Month: September 2023

ଅଗଷ୍ଟରେ ଜିଏସଟି ସଂଗ୍ରହ ୧୧% ବଢ଼ିଲା, ଆଦାୟ ହେଲା ୧.୬ ଲକ୍ଷ କୋଟି

ଜିଏସ୍‌ଟି ରାଜସ୍ୱ ଗତବର୍ଷ ଅଗଷ୍ଟ ତୁଳନାରେ ଏଥର ୧୧% ବୃଦ୍ଧି ପାଇଛି। କ୍ରମାଗତ ଭାବେ ଜିଏସ୍‌ଟି ସଂଗ୍ରହ ୧.୬ ଲକ୍ଷ କୋଟି ଉପରେ ରହୁଥିବାରୁ ଏହା ଅର୍ଥନୀତି ପାଇଁ ଭଲ ଖବର ଆଣି ଦେଇଛି। କ୍ରମାଗତ ତୃତୀୟ ଥର ପାଇଁ ମାସିକ…

୨୪ ଘଣ୍ଟା ପରେ ମାଣିଆ ଘାଟରୁ ମିଳିଲା ମୃତଦେହ: ମଇଁଷି ଚରାଉଥିବାବେଳେ ଟାଣିନେଇଥିଲା କୁମ୍ଭୀର

କେନ୍ଦ୍ରାପଡା: ରାଜନଗର ବ୍ଳକ ରାଜପୁର ଗାଁରେ କୁମ୍ଭୀର ଟାଣି ନେବା ଘଟଣା । ଦୀର୍ଘ ୨୪ ଘଣ୍ଟା ପରେ ଉଦ୍ଧାର ହେଲା ମଇଁଷି ଚରାଳି ଅଭୟ ରାଉତଙ୍କ ମୃତଦେହ । ବ୍ରାହ୍ମଣୀ ନଦୀର ତଳମୁଣ୍ଡ ମାଣିଆ ଘାଟରୁ ମୃତଦେହ ଉଦ୍ଧାର ହୋଇଛି…

୧୩ ଜଣିଆ ସମନ୍ୱୟ କମିଟି ଗଠନ କଲା ଇଣ୍ଡିଆ ମେଣ୍ଟ

ବିଜେପି ବିରୋଧରେ ଲଢ଼ିବାକୁ ୨୬ଟି ବିରୋଧୀ ଦଳ ଗଠନ କରିଥିବା ଇଣ୍ଡିଆ ମେଣ୍ଟ ନିଜର ରଣନୀତିକୁ ଆଉ ପାଦେ ଆଗକୁ ବଢ଼ାଇଛି। ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ଦୁଇ ଦିନିଆ ମେଗା ବୈଠକରେ ୧୩ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି। ସବୁ…

ବାଙ୍କୀରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ

ବାଙ୍କୀ: ଖଣ୍ଡା ବୁଲାଇ ପୋଲିସକୁ ଆକ୍ରମଣ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ। ହାତରେ ଖଣ୍ଡା, ହାତୁଡି ଧରି ରାସ୍ତାରେ ବୁଲୁଛନ୍ତି । ଲୋକଙ୍କୁ ଭୟଭୀତ କରୁଛନ୍ତି । କଟକ ଜିଲ୍ଲା ବାଙ୍କୀ ବଜାରରେ ଆତଙ୍କରାଜ ଚଳାଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ…

ଅବୈଧ ବିବାହରୁ ଜନ୍ମିତ ପିଲା ସମ୍ପତ୍ତିର ଭାଗ ପାଇବେ: ସୁପ୍ରିମକୋର୍ଟ

ଯେଉଁ ପିଲାମାନେ ଅବୈଧ ବା ମାନ୍ୟତା ପାଇ ନଥିବା ବିବାହରୁ ଜନ୍ମ ହୋଇଛନ୍ତି, ସେମାନେ ମଧ୍ୟ ବାପା ମା’ଙ୍କ ସମ୍ପତ୍ତିର ଭାଗ ପାଇବାକୁ ହକଦାର ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏପରି ବିବାହରୁ ଜନ୍ମିତ ପିଲାମାନଙ୍କୁ ଆଜି ସୁପ୍ରିମକୋର୍ଟ ବୈଧତା ପ୍ରଦାନ…

ମଧ୍ୟାହ୍ନ ଭୋଜନ ବେଳେ ଜଳିଗଲା ଗ୍ୟାସ୍‌ ସିଲିଣ୍ଡର; ଅଘଟଣରୁ ବର୍ତ୍ତିଗଲେ ଛାତ୍ରଛାତ୍ରୀ

ନିମାପଡ଼ା: ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ କାରଣରୁ ବଡ଼ଧରଣର ଅଘଟଣ ଘଟି ନାହିଁ। କିନ୍ତୁ ଖୁସିର ବିଷୟ ହେଲା ଯେ, ଏହି ଅଘଟଣରେ କୌଣସି ଛାତ୍ରଛାତ୍ରୀଙ୍କର କ୍ଷୟକ୍ଷତି ହୋଇ ନାହିଁ। ପୁରୀ ଜିଲ୍ଲା ନିମାପଡ଼ା…

ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ରାଷ୍ଟ୍ରୀୟ ଜନତା ଦଳ (RJD)ର ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଶୁକ୍ରବାର ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ୧୯୯୫ ମସିହାରେ ଘଟିଥିବା ଏକ ଡବଲ ମର୍ଡର ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି। ଏହା…

ବିଧାୟକଙ୍କ ଅଫିସ ପରିସରରୁ ମିଳିଲା ବୋମା

ତାଳଚେର: ବିଧାୟକଙ୍କ କ୍ୟାମ୍ପରୁ ମିଳିଲା ବୋମା । ତାଳଚେର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ପରିସରରୁ ବୋମା ଜବତ ହୋଇଛି । ଏ ବୋମା କିଏ ଆଣିଲା ଏବଂ କାହିଁକି ଆଣିଲା ତାହା ଜଣା ପଡିନାହିଁ । ତେବେ ବେମା…

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଦିଗରେ ବଡ଼ ପଦକ୍ଷେପ, ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ସରକାର ଗଠନ କଲେ କମିଟି

‘ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଗଠନ କରିଛନ୍ତି କମିଟି। ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି କମିଟିର ମୁଖ୍ୟ ରହିବେ। ‘ଗୋଟିଏ ଦେଶ,…

ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା ତଥା ଦଳ ବିରୋଧୀ କାମ କରୁଥିବା ଅଭିଯୋରେ ତାଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ…