Month: September 2023

ପାକିସ୍ତାନକୁ ହରାଇ ଭାରତ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଆଜି ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ। ସ୍କ୍ୱାଶ୍‌ର ପୁରୁଷ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତ ଜିତିଛି ଏହି ସ୍ୱର୍ଣ୍ଣ ପଦକ। ଭାରତ ପକ୍ଷରୁ…

ଏମ୍‌ସ ଭୁବନେଶ୍ୱରକୁ ପ୍ରତିବର୍ଷ ଆସୁଛନ୍ତି ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ : କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର: ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବାରେ ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ଏକମାତ୍ର ସରକାରୀ ଅନୁଷ୍ଠାନ। ପ୍ରତିବର୍ଷ ଏହି ଜାତୀୟ ଅନୁଷ୍ଠାନକୁ ୨୫୦-୩୫୦ ନୂତନ ଶିଶୁ କର୍କଟ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବହୁମୁଖୀ ଆଭିମୁଖ୍ୟ ମାଧ୍ୟମରେ ଏମ୍‌ସ…

ମାଟ୍ରିକ ପରୀକ୍ଷା ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧି ବଢ଼ିଲା

କଟକ : ମାଟ୍ରିକ ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ଫର୍ମ ଫିଲ୍‌ଅପ୍ ଅବଧିକୁ ବଢ଼ାଇ ଦିଆଯାଇଛି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବଢ଼ାଇଛି ମାଧ୍ୟମିକ ଶିକ୍ଷା ପରିଷଦ। ଏନେଇ ଆଜି ପରିଷଦ ପକ୍ଷରୁ ପ୍ରେସ୍‌ ରିଲିଜ୍ ମାଧ୍ୟମରେ ସୂଚନା ଦିଆଯାଇଛି।…

ଅନ୍ୟମାନଙ୍କଠାରୁ ବାକ୍‌ସ୍ବାଧୀନତା ଶିଖିବାର ଆବଶ୍ୟକତା ନାହିଁ: ଜୟଶଙ୍କର

ନୂଆଦିଲ୍ଲୀ: ବାକ୍‌ସ୍ବାଧୀନତା କ’ଣ ତାହା ଆମର ଅନ୍ୟମାନଙ୍କ ପାଖରୁ ଶିଖିବାର ଆବଶ୍ୟକତା ନାହିଁ ବୋଲି ଆଜି ଭାରତ ଓ କାନାଡା କୂଟନୈତିକ ତିକ୍ତତା ପ୍ରସଙ୍ଗରେ କହିବା ବ‌େଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଏ ପ୍ରସଙ୍ଗରେ ନିଜର ବିବୃତି…

ବ୍ରିଜ୍‌ରେ ବାଇକ୍‌ ରଖି ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ

ଜଗତସିଂହପୁର : ଘରକୁ ଫେରୁଥିଲେ। ହେଲେ ଘରକୁ ଯିବା ପରିବର୍ତ୍ତେ ବ୍ରିଜ୍‌ ଉପରେ ବାଇକ୍‌ ରଖି ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଆଜି ଏପରି ହୃଦୟବିଦାରକ ଘଟଣା ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଦେବୀ ନଦୀରେ ଘଟିଛି। ତେବେ…

ହାତ ଓ ଗୁପ୍ତାଙ୍ଗ କାଟିଲେ ବିଚାରାଧୀନ ବନ୍ଦୀ

ଭଦ୍ରକ : ପତ୍ନୀ ନିର୍ଯାତନା ଅଭିଯୋଗରେ ଜେଲ୍‌ ଯାଇଥିଲେ। ହେଲେ ଆଜି ସେ ଜେଲ୍‌ ଭିତରେ ନିଜ ହାତ, ଗୋଡ଼ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଏପରି ଘଟଣା ଭଦ୍ରକ ଜିଲ୍ଲା କାରାଗାରରେ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ପରେ…

ସହିଦ ନଗର ଶାନ୍ତିନଗର ଆବାସ ଯୋଜନା ବିବାଦ ପହଞ୍ଚିଲା ହାଇକୋର୍ଟରେ

ଭୁବନେଶ୍ବର: ସହିଦନଗର ଶାନ୍ତିନଗର ଆବାସ ଯୋଜନାରେ ବିଡିଏ କଳିମଞ୍ଜି ପୋତିଛି। ୨୦୧୦ ମସିହାରେ (ରାଜୀବ ଆବାସ ଯୋଜନା)ରେ’ ଅଧୀନରେ ହିତାଧିକାରୀ ଚିହ୍ନଟ ହୋଇଥିଲେ ମଧ୍ୟ ବିଡିଏ ୧୩ ବର୍ଷ ପରେ ପୁନଃ ସର୍ଭେ କରି ପାଖାପାଖି ଶହେଜଣଙ୍କୁ କାଟି ଦେଇଛି। କେବଳ…

ବିଶ୍ୱକପ ଆଉ ୫ ଦିନ – ଆଇସିସି ଜାରି କଲା ମାସ୍କଟ ବ୍ଲେଜ୍ ଓ ଟୋଙ୍କ୍

ନୂଆଦିଲ୍ଲୀ : ୨୦୨୩ ବିଶ୍ୱକପ କ୍ରିକେଟକୁ ଆଉ ୫ ଦିନରୁ କମ ସମୟ ରହିଛି। ଆଜି ଆଇସିସି ବିଶ୍ୱକପ ୨୦୨୩ ଲାଗି ଦୁଇଟି ମାସ୍କଟ ଜାରି କରିଛି। ମାସ୍କଟ ଦୁଇଟିର ନାଁ ରହିଛି ବ୍ଲେଜ୍ ଓ ଟୋଙ୍କ୍। ମିଳିଥିବା ତଥ୍ୟ ଅନୁଯାୟୀ…

5-T ଙ୍କ ବିରୋଧରେ ମୁହଁ ଖୋଲିଲେ ବୋଲି ମିଶନ ଶକ୍ତି ମହିଳାଙ୍କ ଚାକିରି ଗଲା

ଭୁବନେଶ୍ବର : ୫-ଟି ସଚିବଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ଜଣେ ମହିଳା‌ଙ୍କୁ ପଡ଼ିଲା ମହଙ୍ଗା। ମିଶନ ଶକ୍ତି ଅଧୀନରେ ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏଭଳି ଅଭିଯୋଗ ଆଣିଛନ୍ତି…

ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡିଲା ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ

ଭୁବନେଶ୍ବର: ‘ମେଣ୍ଟାଲ ଡିଜଅର୍ଡର’ ଶବ୍ଦ ବିଧାନସଭା ଗୃହ ବିବରଣୀରୁ ବାଦ୍ ପଡ଼ିଛି। ମେଣ୍ଟାଲ ଡିଜଅର୍ଡର ଶବ୍ଦକୁ ବାଦ୍ ଦେବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଶନିବାର ଘୋଷଣା କରିଛନ୍ତି। ନୟାଗଡ ବିଧାୟକ ଅରୁଣ ସାହୁ ଗତ ୨୮ ତାରିଖରେ ବିଧାନସଭା ଗୃହରେ…