ସ୍ବାସ୍ଥ୍ୟାନୁଷ୍ଠାନରେ ଡାଏଗ୍ନୋଷ୍ଟିକ୍‌ ପରୀକ୍ଷା ସଂଖ୍ୟା ବଢ଼ିଲା, ମେଡିକାଲ କଲେଜରେ ଜାରି ରହିବ ୨୨୧ ପ୍ରକାରର ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ଡାଏଗ୍ନୋଷ୍ଟିକ୍ ପରୀକ୍ଷାକୁ ସଂପ୍ରସାରଣ କରାଯାଇଛି। ‘ନିଦାନ’ ଅଧୀନରେ ବିଭିନ୍ନ ସ୍ବାସ୍ଥ୍ୟାନୁଷ୍ଠାନରେ ଡାଏଗ୍ନୋଷ୍ଟିକ୍ ପରୀକ୍ଷା ସଂଖ୍ୟାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ତେବେ ମେଡିକାଲ କଲେଜଗୁଡ଼ିକରେ ୨୨୧ ପ୍ରକାରର ପରୀକ୍ଷା ପୂର୍ବଭଳି ଜାରି ରହିବ।…

ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ଭୁବନେଶ୍ୱର: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଛି। ଆଜି ଭୋର ସମୟରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ସେ ଯକୃତ ରୋଗରେ ପୀଡ଼ିତ ଥିଲେ। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ରବିବାର ଭୋର ସମୟରେ ତାଙ୍କର ପରଲୋକ ଘଟିଛି।…

ଲୋକପ୍ରିୟ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କ ପରଲୋକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କର ପରଲୋକ ହୋଇଯାଇଛି। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ବାରିପଦାର ଏକ ଘ‌ରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ…

ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ: ଥାନାରେ ଅଭିଯୋଗ କଲେ ପରିବାର

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ଘଟଣା ସଂପର୍କରେ ଏବେ ନୂଆ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି। ତାଙ୍କ ଆତ୍ମହତ୍ୟା ପଛରେ ଆଜେକ୍ସଙ୍କ ପ୍ରେମିକା ଏବଂ ଜଣେ ସହପାଠୀଙ୍କର ହାତ ଥିବା କୁହାଯାଉଛି। ଏହି…

ଆସନ୍ତାକାଲି ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି: ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ୨୦ ତାରିଖ ସୋମବାର ଚୈତ୍ର-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଏହି କାରଣରୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ…

ଯଦି ଗିରଫ ହୁଅନ୍ତି, ବିପୁଳସଂଖ୍ୟକ ଭୋଟ୍‌ରେ ପୁନଃନିର୍ବାଚିତ ହେବେ ଟ୍ରମ୍ପ୍‌: ଏଲନ୍‌ ମସ୍କ୍‌

ୱାସିଂଟନ୍‌: ଯଦି ଗିରଫ ହୁଅନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ବିପୁଳ ସଂଖ୍ୟାରେ ଭୋଟ୍‌ ପାଇ ପୁନଃନିର୍ବାଚିତ ହୋଇ ପାରନ୍ତି ବୋଲି ବିଲିୟନେୟାର୍‌ ତଥା ‘ଟୁଇଟର୍‌’ର ‘ସିଇଓ’ ଏଲନ୍‌ ମସ୍କ୍‌ ଶନିବାର ଦିନ ଘୋଷଣା କରିଛନ୍ତି। ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କୁ ଗିରଫ…

ଭାରତର ଗଣତନ୍ତ୍ର ଓ ତା’ର ସଙ୍ଗଠନଗୁଡ଼ିକର ସଫଳତା କିଛି ଲୋକଙ୍କୁ କଷ୍ଟ ଦେଉଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ଗଣତନ୍ତ୍ର ଏବଂ ତା’ର ସଙ୍ଗଠନଗୁଡ଼ିକର ସଫଳତା କିଛି ଲୋକଙ୍କୁ କଷ୍ଟ ଦେଉଥିବାରୁ ସେମାନେ ଏହାକୁ ସମାଲୋଚନା କରୁଛନ୍ତି ବୋଲି ଶନିବାର ଦିନ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦେଶ ଆତ୍ମବିଶ୍ବାସ…

ଏଟିକେ ମୋହନ ବାଗାନକୁ ପ୍ରଥମ ଆଇଏସ୍‌ଏଲ୍ ଟ୍ରଫି

ପଣଜୀ: କୋଲକାତା ଦଳ ଏଟିକେ ମୋହନବାଗାନ ପ୍ରଥମ ଥର ପାଇଁ ଆଇଏସ୍‌ଏଲ୍ ଟ୍ରଫି ଜିତିଛି। ଶନିବାର ଗୋଆର ଫତୋର୍ଦା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ଏଟିକେ ମୋହନ ବାଗାନ ୪-୩ ପେନାଲ୍ଟି ଗୋଲ୍‌ରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରି ଏହି ଗୌରବ ଅର୍ଜନ…

କେବଳ ସନ୍ଦେହ ବ୍ୟକ୍ତ କରିଛି: ଲଣ୍ଡନ୍‌ ମନ୍ତବ୍ୟ ଉପରେ ପାର୍ଲାମେଣ୍ଟ୍‌ ପାନେଲ୍‌ ବୈଠକରେ ସ୍ପଷ୍ଟୀକରଣ ଦେଲେ ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ଲଣ୍ଡନ୍‌ ଭାଷଣରେ କେବଳ ଭାରତର ଗଣତନ୍ତ୍ର ଉପରେ ସନ୍ଦେହ ବ୍ୟକ୍ତ କରିଥିବା କଥା ଶନିବାର ଦିନ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ‘ପାର୍ଲାମେଣ୍ଟାରି ପାନେଲ୍‌’ ବୈଠକରେ କହିଛନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଭାରତର ‘ଜି-୨୦’ ଅଧ୍ୟକ୍ଷତା ସଂକ୍ରାନ୍ତ ଉକ୍ତ ପରାମର୍ଶଦାତା…

ମୁଖ୍ୟମନ୍ତ୍ରୀ ଭାବେ ୧୦୦ ଥର କାଶୀ ବିଶ୍ବନାଥଙ୍କୁ ଦର୍ଶନ କଲେଣି ଯୋଗୀ

ବାରଣାସୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଗତ ୬ ବର୍ଷ ମଧ୍ୟରେ ୧୦୦ ଥର କାଶୀ ବିଶ୍ବନାଥଙ୍କୁ ଦର୍ଶନ କଲେଣି। ଶୁକ୍ରବାର ଦିନ ଯୋଗୀ ୨ ଦିନିଆ ବାରଣାସୀ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ…