Spread the love

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତ ଏହାର ଦକ୍ଷତା ଏବଂ ଶକ୍ତି ପ୍ରଦର୍ଶନ କରିଛି। ଭାରତୀୟ ବାୟୁସେନା(ଆଇଏଏଫ) ଶତ୍ରୁ ରାଷ୍ଟ୍ରର ୩୦୦ କିଲୋମିଟର ଭିତର ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ କରିଛି। ଏହି ସମୟରେ ୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନକୁ ଭାରତ ନଷ୍ଟ କରିଛି ବୋଲି ଶୁକ୍ରବାର କହିଛନ୍ତି ବାୟୁସେନା ମୁଖ୍ୟ ଏ.ପି. ସିଂହ। ନଷ୍ଟ କରାଯାଇଥିବା ଯୁଦ୍ଧ ବିମାନ ମଧ୍ୟରେ ଏଫ-୧୬ ଯୁଦ୍ଧ ବିମାନ ବି ସାମିଲ ରହିଛି ବୋଲି ସେ କହିଛନ୍ତି।

ସିଂହ କହିଥିଲେ, ଏପ୍ରିଲ ୨୨ ପହଲଗାଓଁ ଆକ୍ରମଣ ଜବାବରେ ଭାରତ ପକ୍ଷରୁ ମେ ୭ରେ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା, ଯାହା ଜରିଆରେ ପାକିସ୍ତାନରେ ରହିଥିବା ଆତଙ୍କୀ ଭିତ୍ତିଭୂମିଗୁଡ଼ିକୁ ଟାର୍ଗେଟ କରି ସେସବୁକୁ ଧ୍ବଂସ କରାଯାଇଥିଲା। ଅପରେସନ ସିନ୍ଦୂର ପାକିସ୍ତାନକୁ ଶିକ୍ଷା ଦେବା ଲାଗି ଉପଯୁକ୍ତ ପଦକ୍ଷେପ ଥିଲା। ଏହା ଏକ ଯୁଦ୍ଧ ଥିଲା, ଯାହା ସ୍ଵଳ୍ପ ସମୟରେ ଶେଷ ହୋଇଥିଲା ଏବଂ ଶତ୍ରୁକୁ ଯୁଦ୍ଧ ବିରତି ପାଇଁ ଭିକ୍ଷା ମାଗିବା ଲାଗି ବାଧ୍ୟ କରିଥିଲା।

Leave a Reply

Your email address will not be published. Required fields are marked *