Spread the love

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ଵରରେ ରବିବାର ସକାଳେ ସିରିଜ ଦୁର୍ଘଟଣା ଘଟିଛି। ଗୋଟିଏ କାର ଅନ୍ୟ ୨ଟି କାର ଏବଂ ଏକ ଅଟୋକୁ ଧକ୍କା ଦେବା ଫଳରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କାର ଚାଳକ ଜଣ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
ୟୁନିଟ-୨ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ନିଶାସକ୍ତ କାର ଚାଳକ ଦ୍ରୁତ ଗତିରେ ଆସି ରାସ୍ତାପାର୍ଶ୍ବରେ ପାର୍କିଂ ହୋଇଥିବା ୨ଟି କାର ଏବଂ ଏକ ଅଟୋକୁ ଧକ୍କା ଦେଇଥିଲେ। ପରେ ଏକ ସରକାରୀ କ୍ଵାର୍ଟର୍ସ ଭିତରକୁ ଗାଡ଼ି ପଶିଯାଇଥିଲା। ଗୁରୁତର ଅବସ୍ଥାରେ ଅଟୋ ଚାଳକ, କାର ଚାଳକଙ୍କ ସମେତ ୩ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *