ସେହିପରି ନବ ଦାସଙ୍କ ହତ୍ୟାକାଣ୍ଡରେ ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲୁ । କିଏ ଇସ୍ତଫା ଦେଇଥିଲା କି ? ଯିଏ ଯାହା କହିଦେଲେ,  ସେଇୟା ହେବ କି ? ବିରୋଧୀ ସେମିତି ହିଁ କହିବେ ? ସେ କଥାର କୌଣସି ଗୁରୁତ୍ୱ ନାହିଁ । ତେଣୁ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଇସ୍ତଫା ଦେବେ ନାହିଁ । ସେ କିଛି ଭୁଲ କରିନାହାନ୍ତି । ବିଦେଶୀ ନାଗରିକ ଆମ ଦେଶରେ କାହିଁକି ଭୋଟେ ଦେବେ ? ସେମାନଙ୍କ ନାଁ କଟାଯାଇଛି, ଭଲ ହୋଇଛି । ତାଛଡ଼ା ବିଜେଡି-କଂଗ୍ରେସ ଗୋଟିଏ । ଆଗକୁ ଉଭୟ ମେଣ୍ଟ କରିବେ । ଏକାଠି ନିର୍ବାଚନ ଲଢିବେ । ଜନତା ବିଚାର କରିବେ । ଲୋକଙ୍କ ପାଖରେ ସବୁ ତଥ୍ୟ ବିଜେପି ଉପସ୍ଥାପନ କରୁଛି । ବିଜେପି ହେଉଛି ୨୪ ଘଣ୍ଟିଆ ଏବଂ ୩୬୫ ଦିନିଆ ପାର୍ଟି ।  ଆମେ ଲୋକଙ୍କ ସହ ଅଛୁ ।