Spread the love

ଭୁବନେଶ୍ଵର: ଦିବଙ୍ଗତ ଓଲିଉଡ଼ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୁଅ ତଥା ଅଭିନେତା ବାବୁସାନ୍‌ ମହାନ୍ତି। ପୁରୀ ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ କରି ଲଣ୍ଡା ହୋଇଛନ୍ତି ବାବୁସାନ୍। ପରମ୍ପରା ହିସାବରେ ସେ ଅସ୍ଥି ବିସର୍ଜନ କରିଛନ୍ତି। ଶ୍ୱେତଗଙ୍ଗା ପରେ ପୁରୀ ମହୋଦଧିରେ ଅସ୍ଥି ବିସର୍ଜନ କରିଛନ୍ତି ବାବୁ। ପତ୍ନୀ ତୃପ୍ତିଙ୍କ ସହ ସ୍ୱର୍ଗଦ୍ୱାର ନିକଟ ସାଗର ବିଜେ ଘାଟରେ ପ୍ରେତକୁ ଆହ୍ୱାନ କରି ଯଥା ବିଧି ଓ ରୀତି ହିସାବରେ ସେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି। ତାଙ୍କ ସିନେମା ‘ବୋଉ ବୁଟୁ ଭୂତ’ର ସୁଟିଂ ପାଇଁ ବାପା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ସେ ଲଣ୍ଡା ହୋଇନଥିଲେ ବୋଲି କହିଛନ୍ତି ଅଭିନେତା। ଆଜି ମହୋଦଧିରେ ବାପାଙ୍କ ଅସ୍ଥି ବିସର୍ଜନ ସହ ସେ ଲଣ୍ଡା ହୋଇଛନ୍ତି। ବାପାଙ୍କ ମୃତ୍ୟୁ ପରେ ଲଣ୍ଡା ହୋଇନଥିବାରୁ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାସହ ସମାଲୋଚନାର ଶିକାର ହୋଇଥିଲେ ବାବୁ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୭ ତାରିଖରେ ବାବୁସାନଙ୍କ ବାପା ତଥା ବରିଷ୍ଠ ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କର ପରଲୋକ ଘଟିଥିଲା। ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ।

Leave a Reply

Your email address will not be published. Required fields are marked *