Spread the love

ମାଲକାନଗିରି : ମାଲକାନଗିରିରେ ବଡ଼ ଧରଣର ଭୂସ୍ଖଳନ  ।  ଭୂସ୍ଖଳନ ଯୋଗୁଁ ୧୦ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ।  ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା କମିଛି, ମାତ୍ର ଧୋଇଯାଇଛି ରାସ୍ତା ।  ଭୂସ୍ଖଳନ ସହ ରାସ୍ତା ଧୋଇଯିବାରୁ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ତେଲେରାଇ ପଞ୍ଚାୟତର ମାନବକୁଣ୍ଡା, କୁର୍ମାନୁର ପଞ୍ଚାୟତ ଅଧିକ କ୍ଷତିଗ୍ରସ୍ତ । ମାନବକୁଣ୍ଡାରୁ ସାଇଲ ରାସ୍ତାର ପ୍ରାୟ ୫୦ରୁ ୬୦ ମିଟର ଧୋଇଗଲା । କୁର୍ମାନୁର ଯିବା ରାସ୍ତାର ମାଛଘାଟି ନିକଟରେ ପ୍ରାୟ ୧୦୦ ମିଟର ଧୋଇଗଲା । ରାଜଲକୋଣ୍ଡାରୁ ଏଲକାନୁର ଯିବା ରାସ୍ତାରେ ମଧ୍ୟ ୫୦ ମିଟର ଧୋଇଗଲା ମାଲକାନଗିରିରେ ଭୂସ୍ଖଳନ। କାଲିମେଳା ବ୍ଲକର ମାଛଘାଟିରେ ଭୂସ୍ଖଳନ ହୋଇଛି। ଫଳରେ ୧୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ଓଡ୍ରାଫ୍ ଟିମ୍।

Leave a Reply

Your email address will not be published. Required fields are marked *