ପୁରୀ : ପୁରୀରେ ଖଜା ଦୋକାନୀ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୁହାଁମୁହିଁ । ଖଜା ଦୋକାନୀର ଖଜା ଉଠାଇନେଲା ପୁରୀ ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ବଡ଼ଦାଣ୍ଡରେ ବସି ଖଜା ବିକ୍ରି କରୁଥିବା ଖଜା ବ୍ୟବସାୟର ଖଜା ଉଠାଇନେଲା ସ୍କ୍ୱାଡ୍ । ତେବେ ଖଜା ଉଠାଇ ନେବାବେଳେ ଦୋକାନୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖଜା ଦୋକାନୀ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୁହାଁମୁହିଁ ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଶ୍ରଦ୍ଧାଳୁ ମାନେ କିଛି ସମୟ ପାଇଁ ଅଟକି ଯାଇଥିଲେ । ବଡ଼ଦାଣ୍ଡକୁ ନୋ ଭେଣ୍ଡିଂ ଜୋନ୍ କରାଯାଇଥିବା ବେଳେ ଅନେକ ଉଠା ଦୋକାନୀ ବଡ଼ଦାଣ୍ଡରେ ବସି ବ୍ୟବସାୟ କରୁଛନ୍ତି । ବିଭିନ୍ନ ସମୟରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଚଢ଼ାଉ କରି ଦୋକାନୀ ମାନଙ୍କୁ ତାଗିଦ୍ କରିଥାନ୍ତି ।
ସେପଟେ ଗତ କିଛିଦିନ ତଳେ ପୁରୀ ପୋଲିସ ପକ୍ଷରୁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଖଜା ଭାଟି ଓ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଖଜା ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ନିରୀହ ଶ୍ରଦ୍ଧାଳୁଙ୍କୁ ବିକ୍ରି କରାଯାଉଥିବା ଦେଖିବାକୁ ମିଳିଥିଲା । ଏବେ ପୁଣି ଖଜା ଦୋକାନୀ ମାନେ ବଡ଼ଦାଣ୍ଡରେ ଖଜା ବିକ୍ରି କରିବା ଆରମ୍ଭ କରିଥିବା ବେଳେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ଚଢ଼ାଉ କରୁଥିବା ଦେଖିବାକୁ ମିଳିଛି।