Spread the love

ନୂଆଦିଲ୍ଲୀ : ଶୁକ୍ରବାର ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ ସାବରମତୀ ରିପୋର୍ଟ’କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସତ୍ୟ ସାମ୍ନାକୁ ଆସୁଛି, ଯାହାକୁ ଜନସାଧାରଣ ଦେଖିବାକୁ ସକ୍ଷମ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଭିନେତା ବିକ୍ରାନ୍ତ ମାସେଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ୨୦୦୨ ଗୋଧ୍ରା ଟ୍ରେନ ଟ୍ରାଜେଡି ଘଟଣାବଳୀ ଉପରେ ପର୍ଯ୍ୟବସିତ। ଏହି ଚଳଚ୍ଚିତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ହୋଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ମୋଦୀ କହିଛନ୍ତି, ଏହା ଅତ୍ୟନ୍ତ ଭଲ ଯେ ସତ୍ୟ ସାମ୍ନାକୁ ଆସୁଛି ଏବଂ ଜନସାଧାରଣ ବି ଏହାକୁ ଦେଖିପାରିବେ। ଏକ ମିଥ୍ୟା ଆଲୋଚନା କେବଳ ସୀମିତ ସମୟସୀମା ପର୍ଯ୍ୟନ୍ତ ବଳବତ୍ତର ରହିପାରିବ। କିନ୍ତୁ ପରିଶେଷରେ ସତ୍ୟ ହିଁ ସାମ୍ନାକୁ ଆସିବ।
ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରଟି ଧୀରଜ ସରନାଙ୍କ ଦ୍ଵାରା ନିର୍ଦେଶିତ। ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ଘଟଣା ଉପରେ ଏହି ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି, ଯାହାକୁ ନେଇ ଗୁଜରାଟରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା। ସେହି ସମୟରେ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ଘଟଣାରେ ତାଙ୍କ ନାମକୁ ବି ବାରମ୍ବାର ଯୋଡ଼ାଯାଇଥିଲା।

Leave a Reply

Your email address will not be published. Required fields are marked *