Spread the love

ଖୋର୍ଦ୍ଧା: ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ। ଖୋର୍ଦ୍ଧା ବନଖଣ୍ଡ ଡମଣଭୂଇଁ ଭଣ୍ଡାରୀଝର ନିକଟରେ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବିଦ୍ୟୁତ ଆଘାତରେ ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତଥାପି ମୃତ୍ୟୁର କାରଣ ଏବେବି ସ୍ପଷ୍ଟ ହୋଇନାହିଁ। ବନ ବିଭାଗର ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ ଗତ ୨ ମାସ ତଳେ ସେହି ସ୍ଥାନରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା।

ସେହିପରି କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ୯ ମାସର ହାତୀ ଛୁଆର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *