Spread the love

ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ “ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୮ରୁ ୨୦ ତାରିଖ ୩ଦିନ ଧରି ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡ. ରମେଶ ଚନ୍ଦ୍ର ମଲ୍ଲିକ, ଡ. ହରପ୍ରସାଦ ମିଶ୍ର, ବୈଷ୍ଣବ ଚରଣ ମହାନ୍ତି, ସୁରେନ୍ଦ୍ର କୁମାର ଦାଶ, ଡକଫର କୈଳାଶ ଚନ୍ଦ୍ର ଟିକାୟତରାୟ ଓ ଡ. ଦେବାଶିଷ ମହାପାତ୍ର ପ୍ରଶିକ୍ଷକ ଭାବରେ ଓଡ଼ିଆ ବାକ୍ୟ ଗଠନ, ଚିହ୍ନ ପ୍ରୟୋଗ, ସଂକ୍ଷେପାକ୍ଷର ପ୍ରୟୋଗ, ଓଡ଼ିଆ ଭାଷାର ବ୍ୟବହାରରେ ସମସ୍ୟା ଓ ସମାଧାନ, ଇଂରାଜୀ ଟିªଣୀ ଓ ଚିଠାର ଅନୁବାଦ, ପ୍ରଶାସନିକ ପ୍ରୟୋଗ, ଶବ୍ଦ ଭଣ୍ଡାର, ବାକ୍ୟ ଗଠନ, ବନାନ ଶୁଦ୍ଧତା ସଂପର୍କରେ ଶିକ୍ଷାଦାନ କରିଥିଲୋ ଏହି କାର୍ଯ୍ୟକ୍ରମରେ ୧୭ଗୋଟି ବିଭାଗର ୨୦୦ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବରେ ଶିକ୍ଷାର୍ଥୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଓଡ଼ିଆ ଏକ ମହାନ ଭାଷା ଓ ଆମେ ପ୍ରତିବଦ୍ଧ ହୋଇ ଆମେ ନିଜସ୍ୱ ଓଡ଼ିଆ ଭାଷାକୁ ପ୍ରତି କ୍ଷେତ୍ରରେ ବ୍ୟବହାର କଲେ ଆମର ଅସ୍ମିତା ପ୍ରତିଷ୍ଠା ହେବା ସୁନିଶ୍ଚିତ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ ବିଶିଷ୍ଠ ଅତିଥି ଭାବରେ ଯୋଗଦାନ କରି କହିଲେ ଯେ ଆମ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛିା ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟା ତା’ଠାରୁ ଅଧିକ ଗର୍ବର ବିଷୟ ଆମେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ପାଇଛୋ ଓଡ଼ିଆ ଭାଷାକୁ ସଂକଳ୍ପବଦ୍ଧ ଭାବରେ ବ୍ୟବହାର କରିବାକୁ ସେ ଆହ୍ୱାନ ଦେଇଥିଲୋ
ପରିଶେଷରେ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥ#ଲାା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଓ ଡକଫର ଫଣୀନ୍ଦ୍ର ଭୂଷଣ ନନ୍ଦା ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ବିତ୍ତ ତଥା ପ୍ରଶାସନିକ ଅଧିକାରୀ ଡକଫର କ୍ଷେତ୍ରବାସୀ ମାନ୍ସେଠ୍ ଓ କାର୍ଯ୍ୟାଳୟ ତତ୍ତ୍ୱାବଧାରକ ଗୋବିନ୍ଦ ପ୍ରସାଦ ଦାସ ଉପସ୍ଥିତ ଥିଲୋ ସମଗ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *