
ଅଂକୁର, ଭୁବନ ସୋମ, ମୃଗୟା, ମନ୍ଥନ ଆଦି ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡିଯାଇଛନ୍ତି । ଶ୍ୟାମ ବେନେଗଲଙ୍କ ନର୍ଦ୍ଦେଶିତ ଫିଲ୍ମ ଅଂକୁର (୧୯୭୪) ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ୨୦୧୭ ମସିହାରେ ଦିବଂଗତ ମେହେର ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ୧୯୪୦ ମସିହାରେ ଓଡିଶାରେ ଜନ୍ମିତ ଦିବଂଗତ ମେହେର ହିନ୍ଦୀ ଫିଲ୍ମ ଭୁବନ ସୋମ, ଅଂକୁରରୁ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ।