
ଦୁର୍ଘଟଣା ଘଟାଇଥିବା ପିକଅପ୍ ଟି ଟାଟା ପାଓ୍ବାର ଅଧୀନରେ କାମ କରେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଖଗେନ୍ଦ୍ର ଙ୍କ ମୃତ୍ୟୁ ରେ ନହରା ପଞ୍ଚାୟତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ, କଣ୍ଠାଳିଆ ଓ ନହରା ଛକରେ ହମ୍ପସ୍ ନିର୍ମାଣ ଦାବି କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି।
ଖବର ପାଇ କମର୍ଦ୍ଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ସେହିପରି ସ୍ଥାନୀୟ ନେତୃସ୍ଥାନୀୟ ଯୁବନେତା ମନୋରଞ୍ଜନ ଜେନା, ପ୍ରାକ୍ତନ ସରପଞ୍ଚ ଗୋପାଳ ଚନ୍ଦ୍ର ମୁଖୀ, ରବୀନ୍ଦ୍ର ଘୋଷ, ଓ ବିଜେଡି ନେତା ବଟକୃଷ୍ଣ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି।