
ସେହିପରି ସ୍ବାସ୍ଥ୍ୟ ବିଭାଗରେ ପୂର୍ବରୁ ୧୨ଟି ନିର୍ଦ୍ଦେଶକ ପଦବି ଥିବା ବେଳେ ଏବେ ପଦବି ସଂଖ୍ୟା ୪୫କୁ ବୃଦ୍ଧି ପାଇଛି। ୩୦ ସିଡିଏମ୍ଓ, କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ ଓ ଆରଜିଏଚ୍ ରାଉରକେଲାକୁ ମିଶାଇ ୨ ଓ ଏସ୍ଏଜି(ଫ୍ଲୋଟିଂ)ର ୧୩ ପଦବିକୁ ମିଶାଇ ନୂତନ ପଦବି ସୃଷ୍ଟି କରାଯାଇଛି। ଫଳରେ ସିଡିଏମ୍ଓମାନଙ୍କ ଏସ୍ଏଜି ପଦବିକୁ ପଦୋନ୍ନତି ହୋଇଛି।
ଏହାସହ ଅତିରିକ୍ତ ନିର୍ଦ୍ଦେଶକ(ଲେବଲ-୨)ରେ ୩୭୪, ଯୁଗ୍ମ ନିର୍ଦ୍ଦେଶକରେ ୮୯୫, ଗ୍ରୁପ୍-ଏ ୧୭୦୯, ଗ୍ରୁପ୍-ଏ ଜୁନିଅର ବ୍ରାଞ୍ଚରେ ୧୨,୭୩୭ ପଦବିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏସବୁକୁ ମିଶାଇ ରାଜ୍ୟରେ ସମୁଦାୟ ପଦବୀ ସଂଖ୍ୟା ୧୫,୭୭୪ ରହିଛି। କ୍ୟାଡର ପରିବର୍ତ୍ତନ ଫଳରେ ଏବେ ଏସ୍ଏଜି ଗ୍ରେଡ୍ରେ ଯେଉଁ ନିର୍ଦ୍ଦେଶକମାନେ ରହିଛନ୍ତି ସେମାନେ ସୁପର ଟାଇ ପେ ଗ୍ରେଡ୍ରେ ରହିଥିବା ଆବଶ୍ୟକ ସୁବିଧା ପାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।