
ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିବ ।
କ୍ୟାବିନେଟ୍ ପରେ ପରେ ମନ୍ତ୍ରିପରିଷଦ ବୈଠକ ବସିବ । ଏଥିରେ କାମଚଳା ବଜେଟ୍ କୁ ମଞ୍ଜୁରୀ ମିଳିବ । ଆସନ୍ତା ୫ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏଥି ଲାଗି କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।