
ସୂଚନାଯୋଗ୍ୟ, ଓଡିଶା ପ୍ରଜ୍ଞାପନ ମେଢରେ ରାଜ୍ୟର କଳା, ସଂସ୍କୃତି ଓ ନାରୀ ସଶକ୍ତୀକରଣକୁ ସ୍ଥାନିତ କରାଯାଇଥିଲା। ଏହି ପ୍ରଜ୍ଞାପନ ମେଢ ଅନ୍ୟ ପ୍ରଜ୍ଞାପନ ମେଢଠାରୁ ଅଲଗା ଥିଲା। କର୍ତ୍ତବ୍ୟପଥରେ ଗଡ଼ିବାବେଳେ କରତାଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ରଘୁରାଜପୁର ଐତିହ୍ୟ ଗ୍ରାମର ପଟ୍ଟଚିତ୍ରକୁ ନେଇ ମହିଳା ଶିଳ୍ପୀମାନେ କିଭଳି ନିଜକୁ ସ୍ୱାବଲମ୍ବୀ ଓ ସଶକ୍ତ କରିପାରିଛନ୍ତି, ତାହା ଥିଲା ପ୍ରଜ୍ଞାପନ ମେଢ଼ର ବାର୍ତ୍ତା ଥିଲା। ଏହାସହ ସମ୍ବଲପୁରୀ ଗୀତର ତାଳେତାଳେ ପାରମ୍ପରିକ ନୃତ୍ୟ ସମସ୍ତଙ୍କ ମନ ମୋହିଥିଲା। ଜାତୀୟ ପରେଡ ଉତ୍ସବର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମନକୁ ମଧ୍ୟ ଛୁଇଁ ଯାଇଥିଲା। ମେଢ଼ର ସମ୍ମୁଖ ଭାଗରେ ସୁସଜ୍ଜିତ କନ୍ଦର୍ପ ହାତୀ, ହାତୀ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କଳାକୃତି ଏହାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଥିଲା। ହାତୀର ଦୁଇ ପାଶ୍ୱର୍ରେ ଲାଗିଥିବା ଚକ୍ର ବୁଲୁଥିବା ବେଳେ ମଝିରେ ଲାଗିଥିବା ଛତ୍ର ମଧ୍ୟ ବୁଲୁଥିବାର ଦୃଶ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା।