Spread the love

 

IMAGE_1706602250

ଚଣ୍ଡିଗଡ଼ ମେୟର ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ଝଟକା। ବିଜେପିର ମନୋଜ କୁମାର ସୋନକର ଜିତିଲେ ମେୟେର ଆସନ। ପ୍ରଥମ କରି ଇଣ୍ଡିଆ ମେଣ୍ଟ ଦଳ ବିଜେପି ବିରୁଦ୍ଧରେ ଏକାଠି ନିର୍ବାଚନ ଲଢୁଥିବା ବେଳେ ଏହାକୁ ଝଟକା ଲାଗିଛି।

ଏଠାରେ ଆପ୍ ଏବଂ କଂଗ୍ରେସ ମିଳିତ ଭାବେ ଜଣେ ପ୍ରାର୍ଥୀ କୁଳଦୀପ ସିହଂଙ୍କୁ ଟିକେଟ୍ ଦେଇଥିଲେ। ଫଳରେ ମନୋଜ ସୋନକାର ଏବଂ କୁଳଦୀପ ସିଂହଙ୍କ ମଧ୍ୟରେ ଲଢେଇ ହୋଇଥିଲା। କିନ୍ତୁ ମେଣ୍ଟ ଦଳର ପ୍ରାର୍ଥୀଙ୍କୁ ହରାଇ ବାଜି ମାରିନେଇଛନ୍ତି ବିଜେପିର ମନୋଜ ସୋନକର।

ମୋଟ 36ଟି ଭୋଟରୁ ସୋନକରଙ୍କୁ 16ଟି ଭୋଟ୍ ମିଳିଥିବା ବେଳେ କୁଳଦୀପଙ୍କୁ 20ଟି ମିଳିଥିଲା। କିନ୍ତୁ 8ଟି ଭୋଟ୍ ନାକଚ ହୋଇଯିବାରୁ ଫଳାଫଳ ବିଜେପିର ମନୋଜଙ୍କ ସପକ୍ଷରେ ଯାଇଛି।

ସେପଟେ 8ଟି ଭୋଟ୍ ନାକଚ ହୋଇଯିବା ପରେ ଅସନ୍ତୋଷ ପ୍ରକାଶ କରିଛି ଆପ୍। ଭୋଟ୍ ନାକଚକୁ ନେଇ ସେମାନେ ହରିଆଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଆପ୍ ନେତା କହିଛନ୍ତି।

 

Leave a Reply

Your email address will not be published. Required fields are marked *