
ବାସ୍ତବରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ପିଏଫଆଇ ଏବଂ ଏସଡିପିଆଇ ସହ ଜଡିତ ସଦସ୍ୟଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି। ସମସ୍ତ ଅଭିଯୁକ୍ତ ନିଷିଦ୍ଧ ସଂଗଠନ PFI ତଥା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଏବଂ ଏହାର ରାଜନୈତିକ ୱିଙ୍ଗ୍ SDPI ର ସଦସ୍ୟ ଅଟନ୍ତି।
ବିଜେପି ନେତା ରଞ୍ଜିତ ଶ୍ରୀନିବାସ ପେସାରେ ଜଣେ ଓକିଲ ଥିଲେ। ରଞ୍ଜିତଙ୍କୁ ୧୯ ଡିସେମ୍ବର ୨୦୨୧ ରେ ଆଲାପୁଝାର ଭେଲ୍ଲାକିନାର ସ୍ଥିତ ତାଙ୍କ ଘରେ ତାଙ୍କ ମା, ପତ୍ନୀ ଏବଂ ସାନ ଝିଅର ଆଖି ସାମ୍ନାରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।
ଏହି ହତ୍ୟା ଘଟଣାରେ ଆଠ ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବାବେଳେ ଅବଶିଷ୍ଟ ଅଭିଯୁକ୍ତ ଅପରାଧିକ କାର୍ଯ୍ୟକଳାପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ କେରଳର ମାଭେଲିକର ଜିଲ୍ଲା କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।
ଏହି ପ୍ରସଙ୍ଗରେ ପୁଲିସ କହିଛି ଯେ ରଞ୍ଜିତଙ୍କ ହତ୍ୟା ପୂର୍ବରୁ ରାଜ୍ୟ ସଚିବ କେ.ଏସ୍ ଶାନଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବା ପାଇଁ ଏସଡିପିଆଇ ଲୋକମାନେ ଏହା କରିଛନ୍ତି। SDPI ଲୋକମାନେ ପ୍ରତିଶୋଧ ପରାୟଣ ହୋଇ ରଞ୍ଜିତଙ୍କୁ ହତ୍ୟା କରିଥିଲେ।