
କୁମ୍ଭମେଳା କୁ ଆସୁଥିବା ସାଧୁ ସନ୍ଥମାନଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସୂଚନା କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ଵ ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଏହାସହ ମେଳାକୁ ଆସୁଥିବା ଲୋକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ଓ ମୀନା ବଜାରର ଆୟୋଜନ ହେବ । କିଭଳି ନୂଆ ବ୍ୟବସାୟୀମାନେ ଅଧିକରୁ ଅଧିକ ଆସି ଏହି ମେଳାରେ ସାମିଲ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲଚନା ଦାସ ।
ଖଣ୍ଡଗିରି ମେଳା ପୂର୍ବରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବା ନେଇ କହିଛନ୍ତି ମେୟର । ମେଳାରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ବର୍ଜନ ପାଇଁ ପଦକ୍ଷେପ ନିଆଯିବ । ମେଳାରେ ବହୁ ଖାଦ୍ୟ ଷ୍ଟଲ୍ ରହିବ ତେଣୁ ଏହାକୁ ଦେଖିବାକୁ ଫୁଡ୍ ଇନ୍ସପେକ୍ଟର ରହିବେ । ଫେବୃଆରୀ ୧୬ ତାରିଖରୁ ୨୪ ତାରିଖ ଯାଏଁ ଖଣ୍ଡଗିରି କୁମ୍ଭମେଳା ହେବାକୁ ଥିବାବେଳେ ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରିରେ ଯାତ୍ରା ହେବ ।