
ସର୍ଚ୍ଚ ଇଞ୍ଜିନ୍ ଜିଆଣ୍ଟ ‘ଗୁଗଲ୍’ ଏହାର 25 ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ କରିଛି। ଗୁଗଲ୍ ଆସିବା ପରଠାରୁ, ବିଶ୍ୱରେ କେତେକ ଶ୍ରେଷ୍ଠ କ୍ରିକେଟର ସର୍ଚ୍ଚ ଲିଷ୍ଟରେ ଅଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର, ଏମଏସ ଧୋନି, ରୋହିତ ଶର୍ମାଙ୍କ ଭଳି ପ୍ରମୁଖ ଖେଳାଳି ଅଛନ୍ତି। କିନ୍ତୁ ଏ ସମସ୍ତ କ୍ରିକେଟରଙ୍କ ରେକର୍ଡ ଭାଙ୍ଗି ଗୁଗୁଲ ହିଷ୍ଟ୍ରିରେ ‘ସର୍ବାଧିକ ସର୍ଚ୍ଚ କ୍ରିକେଟର’ ଭାବରେ ଶୀର୍ଷରେ ଅଛନ୍ତି ବିରାଟ କୋହଲି।
କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି ଶୀର୍ଷରେ ଥିଲେ ମଧ୍ୟ କ୍ରୀଡାବିତଙ୍କ ମଧ୍ୟରେ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ଅନ୍ୟ ଜଣେ ଖେଳାଳି। ଆଉ ସେ ହେଉଛନ୍ତି ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ। ଗୁଗଲର 25 ବର୍ଷର ସର୍ଚ୍ଚ ହିଷ୍ଟ୍ରି କହୁଛି, ଆଥଲେଟଙ୍କ ମଧ୍ୟରେ ରୋନାଲ୍ଡୋ ସର୍ବାଧିକ ସର୍ଚ୍ଚ ହୋଇଛନ୍ତି। ବିଶ୍ୱର ସମସ୍ତ ନାମି ଦାମୀ ଖେଳାଳିଙ୍କ ମଧ୍ୟରୁ ରୋନାଲ୍ଡଙ୍କୁ ଲୋକେ ଅଧିକ ଗୁଗୁଲରେ ଖୋଜିଛନ୍ତି।
ସେହିପରି ଗୁଗଲ୍ ପ୍ରକାଶ କରିଥିବା 2023 ରିପୋର୍ଟ ଅନୁସାରେ, ଗତବର୍ଷ ଶୁବମନ ଗିଲ୍ ସବୁଠୁ ଅଧିକ ସର୍ଚ୍ଚ ହୋଇଛନ୍ତି। କ୍ରିକେଟରଙ୍କ ମଧ୍ୟରେ ଗିଲ୍ ଟପରେ ଥିବାବେଳେ ବଲିଉଡ୍ କଳାକାରଙ୍କ ମଧ୍ୟରେ କିଆରା ଆଡଭାନୀ ଶୀର୍ଷରେ ଅଛନ୍ତି। ସେହିପରି ମହମ୍ମଦ ଶାମି, ଗ୍ଲେନ ମାକ୍ସୱେଲ, ଟ୍ରାଭିସ ହେଡ୍ ରଚିନ ରବୀନ୍ଦ୍ର(ନ୍ୟୁଜିଲ୍ୟାଣ୍ଡ କ୍ରିକେଟର) ଗତବର୍ଷ ଅଧିକ ସର୍ଚ୍ଚ ହୋଇଥିବା କ୍ରିକେଟର।
ଗୁଗଲ୍ ଟପ୍ ଟେନ୍ ସର୍ଚ୍ଚ ଲିଷ୍ଟ 2023
କିଆରା ଆଡଭାନି
ଶୁବମନ ଗିଲ୍
ରଚିନ ରବୀନ୍ଦ୍ର
ମହମ୍ମଦ ଶାମି
ଏଲଭିଶ ଯାଦବ
ସିଦ୍ଧାର୍ଥ ମଲହୋତ୍ରା
ଗ୍ଲେନ ମାକ୍ସୱେଲ
ଡେଭିଡ ବେକହାମ୍
ସୂର୍ଯ୍ୟକୁମାର ଯାଦବ
ଟ୍ରାଭିସ ହେଡ୍