Spread the love

ନୂଆଦିଲ୍ଲୀ : ‘ହର ଘର ତିରଙ୍ଗା’ ଅଭିଯାନରେ ଜନସାଧାରଣଙ୍କୁ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ଏହା ସହ ବିକଶିତ ଭାରତ ଗଠନ ଦିଗରେ ନିଜର ସାମୂହିକ ସଂକଳ୍ପକୁ ଦୋହରାଇବାକୁ ଆହ୍ୱାନ ଦେଇଛନ୍ତି। ମଙ୍ଗଳବାର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତିରଙ୍ଗା ପତାକା ଭାରତର ଗୌରବର ପ୍ରତୀକ ଏବଂ ଦେଶ ପାଇଁ ସର୍ବୋତ୍ତମ ଯୋଗଦାନ ଦେବାକୁ ପ୍ରତ୍ୟେକ ନାଗରିକ ପାଇଁ ଏହା ଏକ ନିରନ୍ତର ପ୍ରେରଣାର ଉତ୍ସ। ଦେଶବ୍ୟାପୀ ଅଗଷ୍ଟ ୯ରୁ ୧୭ ପର୍ଯ୍ୟନ୍ତ ଏହି ଅଭିଯାନ ବ୍ୟାପକ ଭାବେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷର ‘ହର ଘର ତିରଙ୍ଗା’ ଅଭିଯାନ ‘ବନ୍ଦେ ମାତରମ୍’କୁ ସମର୍ପିତ, କାରଣ ଦେଶ ଏହି ରାଷ୍ଟ୍ରୀୟ ସଙ୍ଗୀତର ୧୫୦ତମ ଜୟନ୍ତୀ ପାଳନ କରୁଛି।

Leave a Reply

Your email address will not be published. Required fields are marked *