Spread the love

 

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଅନେକ ବିବାଦ କାରଣରୁ ଅନେକ ସମୟରେ ଆଲୋଚନାକୁ ଆସିଥାଏ | ଏହି ବିଶ୍ୱବିଦ୍ୟାଳୟରେ ଅନେକ ସମୟରେ ଛାତ୍ରଛାତ୍ରୀ ଆନ୍ଦୋଳନ ସହ ବିକ୍ଷୋଭ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି | ଏହି ନିଷ୍ପତ୍ତି ମୁତାବକ ଏଣିକି ଜେଏନୟୁ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ କିମ୍ବା ଜାତୀୟ ବିରୋଧୀ ସ୍ଲୋଗାନ ଦେଲେ ଜରିମାନା ଲାଗୁ କରାଯିବ ବୋଲି କୁହାଯାଇଛି। ଦେଶ ବିରୋଧୀ ସ୍ଲୋଗାନ ଦେବା ମାମଲା ଜେଏନୟୁରେ ପୂର୍ବରୁ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଛାତ୍ର ନେତା କହ୍ନେୟା କୁମାରଙ୍କୁ ଗିରଫ କରାଯାଇଥିଲା।
ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କାହାରିକୁ ଦଣ୍ଡିତ କରାଯାଇ ନାହିଁ। ଜେଏନୟୁ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶ ଅନୁଯାୟୀ କ୍ୟାମ୍ପସ ଭିତରେ ବିରୋଧ ପ୍ରଦର୍ଶନ ପାଇଁ ୨୦୦୦୦ ଟଙ୍କା ଏବଂ ଜାତୀୟ ବିରୋଧୀ ସ୍ଲୋଗାନ ଦେଲେ ୧୦୦୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି। ତେବେ ଏହି ନିଷ୍ପତ୍ତିକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି | ଏବିଭିପି ପକ୍ଷରୁ କୁହାଯାଇଛି ଯେ ଏହା ପୂର୍ବରୁ ଏଭଳି ନିର୍ଦ୍ଦେଶନାମା ଆସିଥିଲା ଓ ବିରୋଧ ପରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା। ଏହା ସମ୍ପୂର୍ଣ୍ଣ ଭୁଲ୍ କାରଣ ଆମର ଦାବିକୁ ନେଇ ବିରୋଧ ପ୍ରଦର୍ଶନ କରିବା ଆମର ସାମ୍ବିଧାନିକ ଅଧିକାର।

ଏବିଭିପି ପକ୍ଷରୁ ଏହା ମଧ୍ୟ କାହଜିଛି ଯେ କ୍ୟାମ୍ପସ ଭିତରେ ଯେଉଁମାନେ ଜାତୀୟ ବିରୋଧୀ ସ୍ଲୋଗାନ ଦେଉଛନ୍ତି ସେମାନଙ୍କ ଉପରେ ଜରିମାନା ଲାଗୁ କରିବାକୁ ସମର୍ଥନ କରୁଛି, କିନ୍ତୁ ଯଦି କୌଣସି ସଂଗଠନ ତାଙ୍କର ଦାବିଗୁଡିକ ବିଷୟରେ ପ୍ରଦର୍ଶନ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ତାହା କରିବାକୁ ଅନୁମତି ଦିଆଯିବା ଉଚିତ୍ |

 

Leave a Reply

Your email address will not be published. Required fields are marked *