
ଏହାର କରିଡରକୁ ପ୍ରଥମ ପର୍ଯ୍ୟାୟରେ ସାହିବାବାଦ୍ ରୁ ଦୁହାଇ ଷ୍ଟେସନ ପର୍ଯ୍ୟନ୍ତ ୧୭ କିଲୋମିଟର ରଖାଯାଇଛି। ଏହା ମଧ୍ୟରେ ମୋଟ୍ ୫ଟି ଷ୍ଟେସନ ଯେପରିକି ସାହିବାବାଦ୍, ଗାଜିଆବାଦ୍, ଗୁଲଘର, ଦୁହାଇ ଓ ଦୁହାଇ ଡିପୋ ରହିଛି। ଏହି ୧୭ କିଲୋମିଟର ଯାତ୍ରା କରିବା ପାଇଁ ଟ୍ରେନ୍ କୁ ପ୍ରାୟ ୧୫ରୁ ୧୭ ମିନିଟ ସମୟ ଲାଗିବ। ୧୭ କିଲୋମିଟର ପ୍ରାଥମିକ ପର୍ଯ୍ୟାୟ କାର୍ଯ୍ୟରେ ପୁରୁଷ କର୍ମଚାରୀଙ୍କ ଅପେକ୍ଷା ଅଧିକ ମହିଳା ରହିଛନ୍ତି। ୩୦ ହଜାର ୨୭୪ କୋଟି ବ୍ୟୟ ଅଟକଳରେ ନିର୍ମିତ ୮୨ କିଲୋମିଟର ବିଶିଷ୍ଟ ଦିଲ୍ଲୀ-ଗାଜିଆବାଦ-ମେରଟ ସମ୍ପୂର୍ଣ୍ଣ RRTS କରିଡର୨୦୨୫ ଜୁନ୍ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି ।