Spread the love

 

ca

ଭାରତ ଛାଡିଲେ କାନାଡା କୂଟନୀତିଜ୍ଞ। ପ୍ରାୟ ୪୧ ଜଣ କାନାଡା କୂଟନୀତିଜ୍ଞଙ୍କୁ ଦେଶକୁ ଫେରାଇ ନେଇଛି କାନାଡା। ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୀତିଜ୍ଞ ବିବାଦ କାରଣରୁ ନିଜ ଦେଶକୁ ୪୧ ଜଣ କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି।

ଏନେଇ କାନାଡା ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତର ପୂର୍ବ ଘୋଷଣା ମୁତାବକ ଗୁରବାର ୪୧ କୂଟନୀତିଜ୍ଞଙ୍କ ସମେତ ତାଙ୍କ ପରିବାର ବର୍ଗକୁ କାନାଡା ଫେରାଇ ନିଆଯାଇଛି। ଶୁକ୍ରବାର ସୁଦ୍ଧା କୂଟନୀତିଜ୍ଞ ଏବଂ ସେମାନଙ୍କ ପରିବାରକୁ ଫେରାଇ ନେବାକୁ ଡେଡଲାଇନ ଦେଇଥିଲା ଭାରତ। ତେଣୁ ଆମେ ସେମାନଙ୍କୁ କାନାଡା ଫେରାଇ ନେଇଛୁ।

କିନ୍ତୁ ଏହି ପ୍ରସଙ୍ଗକୁ ନେଇ ଭାରତ ଉପରେ ବିଳିବିଳି ହୋଇଛନ୍ତି କାନାଡା ବୈଦେଶିକ ମନ୍ତ୍ରୀ ଜୋଲି। ସେ କହିଛନ୍ତି, ଭାରତର ଏହି ନିଷ୍ପତ୍ତି ଅନ୍ତରାଷ୍ଟ୍ରୀୟ ନିୟମ ବିରୋଧୀ।  କିନ୍ତୁ ପରିସ୍ଥିତିକୁ ଆହୁରି ବିବାଦୀନ କରିବା ପାଇଁ କାନାଡା କୌଣସି ପ୍ରକାରର ପ୍ରତିଶୋଧ ମୂଳକ ଯୋଜନା କରି ନାହିଁ। କାନାଡା ଅନ୍ତରାଷ୍ଟ୍ରୀୟ ଆଇନକୁ ରକ୍ଷା କରିବ, ଯାହା ସମସ୍ତ ଦେଶ ପାଇଁ ପ୍ରଯୁଜ୍ୟ ଏବଂ ଭାରତ ସହ ଜଡିତ ରହିବ।

ବର୍ତ୍ତମାନ ଗ୍ରାଉଣ୍ଡରେ କୂଟନୀତିଜ୍ଞଙ୍କ ଆବଶ୍ୟକତା ରହିଛି। ଆମେ(କାନାଡା ଓ ଭାରତ) ପରସ୍ପର ସହ କଥା ହେବା ଆବଶ୍ୟକ ବୋଲି ଜୋଲି କହିଛନ୍ତି।

ପ୍ରକାଶ ଥାଉ କି, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ କାନାଡା ଓ ଭାରତ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। କରାଣ ନିଜ୍ଜାର ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା। ଯତି ସତ୍ୟତା ଅଛି ତେବେ ପ୍ରମାଣ ଦେବାକୁ ମଧ୍ୟ କହିଥିଲା ଭାରତ। କିନ୍ତୁ କାନାଡା କୌଣସି ପ୍ରମାଣ ନ ଦେଇ, ପ୍ରଥମେ ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିଥିଲା। ଏହାପରେ ନିଜ ଆଭିମୁଖ୍ୟ ପୋଷଣ କରୁଛି ଭାରତ।

 

Leave a Reply

Your email address will not be published. Required fields are marked *