
ଇସ୍ରାଏଲରେ ନିହତ ହୋଇଥିବା ହମାସର ଅନେକ ଆତଙ୍କବାଦୀଙ୍କ ପକେଟରୁ କ୍ୟାପ୍ଟଟାଗନ୍ ବଟିକା ଜବତ କରାଯାଇଛି ବୋଲି ‘ଜେରୁଜେଲମ ପୋଷ୍ଟ’ ରିପୋର୍ଟରେ କୁହାଯାଇଛି। ସେଠାରେ ‘ଗରିବଙ୍କ କୋକେନ୍’ ନାମରେ ପରିଚିତ ଏହି ନିଶା ଦ୍ରବ୍ୟ ହମାସ ଆତଙ୍କବାଦୀଙ୍କୁ ଉଦାସୀନତାର ଭାବନା ସହିତ ଅମାନୁଷିକ ଭାବେ ଅପରାଧ କରିବାକୁ ପ୍ରବର୍ତ୍ତାଇ ଥିଲା ବୋଲି ବିଶ୍ୱାସ କରାଯାଉଛି। ଏହାବ୍ୟତୀତ, ଏହି ଡ୍ରଗସ୍ ବା ଔଷଧ ସେମାନଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଅତ୍ୟନ୍ତ ସତର୍କ ଅବସ୍ଥାରେ ରଖିଥିଲା ଏବଂ ସେମାନଙ୍କ ଭୋକକୁ ନିୟନ୍ତ୍ରଣ କରିଥିଲା।
୨୦୧୫ ମସିହାରେ ଇସଲାମିକ ଷ୍ଟେଟ୍ ଜେହାଦୀମାନେ ଆତଙ୍କବାଦୀ ଅଭିଯାନ ଚଳାଇବା ପୂର୍ବରୁ ଭୟକୁ ଦମନ କରିବା ପାଇଁ ଏହାକୁ ବ୍ୟବହାର କରୁଥିବା ଜଣାପଡ଼ିବା ପରେ କ୍ୟାପ୍ଟଟାଗନ୍ ପ୍ରସିଦ୍ଧି ଲାଭ କରିଥିଲା। ପରବର୍ତ୍ତୀ ସମମୟରେ ସିରିଆ ଓ ଲେବାନନ୍ ନିୟନ୍ତ୍ରଣକୁ ଆସି ବ୍ୟାପକ ପରିମାଣରେ ଏହି ଔଷଧର ଉତ୍ପାଦନ ଓ ବିତରଣ ଆରମ୍ଭ ହୋଇଥିଲା। ବିଶେଷ କରି ଏବେ ଗାଜାର ଯୁବବର୍ଗ କ୍ୟାପ୍ଟଟାଗନ୍ ପାଇଁ ଏକ ଲୋକପ୍ରିୟ କ୍ରୟକାରୀ ଗୋଷ୍ଠୀ ପାଲଟିଛନ୍ତି ବୋଲି ଜେରୁଜେଲମ୍ ପୋଷ୍ଟ ରିପୋର୍ଟ କରିଛି।