
ପ୍ରତିଦିନ କଟକ ବଡ଼ ମେଡିକାଲ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ସ୍ବାସ୍ଥ୍ୟ ଦିଗରେ ବେଶ ବଡ଼ ବଡ଼ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଗମୀ ଦିନରେ ଲିଗିବାକୁ ଥିବା ମ୍ୟୁଜିକ ସିଷ୍ଟମ ନିଶ୍ଚୟ ସ୍ବାସ୍ଥ୍ୟ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଇଛି । ବର୍ତ୍ତମାନ ସବୁ ବିଭାଗରେ ମୋଟ ୨୧୦ରୁ ଉର୍ଦ୍ଧ୍ବ ଆଇସିୟୁ ବଡ଼ ମେଡିକାଲରେ ରହିଛି। ପ୍ରତିଦିନ ଏହି ସମସ୍ତ ଆଇସିୟୁ ଏକ ପ୍ରକାର ପ୍ୟାକ ରହୁଛି ଆଉ ରୋଗୀ ସେବା ମଧ୍ୟ ସଠିକ ଡ଼ଙ୍ଗରେ ଜାରି ରହୁଛି । ତେବେ ରୋଗୀ ମାନଙ୍କ ଚିକିତ୍ସା ଦିଗରେ ଯଦି ମ୍ୟୁଜିକକୁ ଆଡ୍ କରାଯିବ ତେବେ ରୋଗୀଟିଏ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ପାରିବ ।
ବର୍ତ୍ତମାନ ଆସିସୟୁରେ ମ୍ୟୁଜିକ ବ୍ୟବସ୍ଥା ବେଶ ସ୍ୱାଗତଯୋଗ୍ୟ ଓ ଗ୍ରହଣୀୟ ବୋଲି ମତପ୍ରକାଶ କରିଛନ୍ତି କଟକବାସୀ। ଏହା ସହ ଏସିବି ମେଡିକାଲ ପରିସରକୁ ସଫା ସୁତରା ରଖିବା, ଏଣେ ତେଣେ ପାନ ଛେପ ନ ପକାଇବା ପାଇଁ ସଚେତନତା କରାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ଡାକ୍ତର ଅବିନାଶ ରାଉତ। ସମାନ ଭାବେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ବହୁତ ଦିନ ହେବ ଇନଷ୍ଟ୍ରୁମେଣ୍ଟାଲ ମ୍ୟୁଜିକ ବାଜୁଥିବାର ଖବର ରହିଛି।