
ଏହି ନିଷେଧାଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି, ଏବଂ ସମଗ୍ର ରାଜ୍ୟରେ ପାରାକୁଟ୍ ବିକ୍ରି ବା ଷ୍ଟକ୍ ଏବଂ ଉତ୍ପାଦନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି କଟକଣା ପ୍ରାଥମିକ ଭାବେ ଦୁଇ ମାସ ପାଇଁ କାର୍ଯ୍ୟକାରୀ ହେବ। ଗବେଷଣା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ବୈଜ୍ଞାନିକ ମତ ଜାଣିବା ପରେ ରାଜ୍ୟ ସରକାର ଓଡ଼ିଶାରେ ପାରାକୁଟ୍ ଉପରେ ସ୍ଥାୟୀ କଟକଣା ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦେବେ।
‘ମୋ ସରକାର’ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ମତାମତ ମିଳିବା ପରେ ପାରାକୁଟ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାସାୟନିକ ବିଷକ୍ରିୟା ଯୋଗୁ ଯେପରି ଆଉ କୌଣସି ମନୁଷ୍ୟ ଜୀବନ ହାନି ନ ହୁଏ ସେଥିପାଇଁ ପାରାକୁଟ୍ ଉପରେ କଟକଣା ଲଗାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସରକାର କୃଷି ଓ ସମ୍ପୃକ୍ତ ସରକାରୀ ବିଭାଗର ନିଯୁକ୍ତ ଅଧିକାରୀଙ୍କ ସମେତ ଓୟୁଏଟି ଓ କୃଷି ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକଙ୍କ ପ୍ରେସକ୍ରିପସନକୁ ବାଧ୍ୟତାମୂଳକ କରିଛନ୍ତି।
ଏହାର ଅର୍ଥ ଏବେ ଚାଷୀମାନେ କୀଟନାଶକ ଓ କୃଷି ରସାୟନ କିଣିବା ପୂର୍ବରୁ ଜଣେ ନିର୍ଦ୍ଧାରିତ ଅଧିକାରୀଙ୍କ ପ୍ରେସକ୍ରିପସନ ଆବଶ୍ୟକ କରିବେ।