ସୂଚନାଯୋଗ୍ୟ, ବର୍ତ୍ତମାନ ମିଶ୍ରିତ ଯାତାୟାତ ଯୋଗୁଁ ପ୍ରତି ମାସରେ ପ୍ରାୟ ୧,୨୦୦ରୁ ୧,୫୦୦ଟି ବସ୍ ଟ୍ରିପ୍ ପ୍ରଭାବିତ ହେଉଥିବା ଆକଳନ କରାଯାଇଛି। ଟ୍ରାଫିକ୍ ସମ୍ବନ୍ଧୀୟ ବାତିଲ୍ ଯୋଗୁଁ ପ୍ରାୟ ୧୬ ପ୍ରତିଶତ ଟ୍ରିପ୍ ହ୍ରାସ ହେଉଥିବା ସହ ବସ୍‌ଗୁଡ଼ିକର ଯାତ୍ରା ସମୟରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖାଦେଉଛି। ରାସ୍ତାର ଉପଯୁକ୍ତ କର୍ବ-ସାଇଡ୍ ସ୍ଥାନକୁ ବସ୍‌ର ପ୍ରାଥମିକ ଗତି ପାଇଁ ବ୍ୟବହାର କରାଯାଇ ପାରିଲେ ବସ୍ ଯାତ୍ରା ସମୟରେ ୧୦ରୁ ୨୦ ପ୍ରତିଶତ ହ୍ରାସ ଏବଂ ହାରାହାରି ବସ୍ ଗତିରେ ୧୫ରୁ ୨୫ ପ୍ରତିଶତ ଉନ୍ନତି ହେବା ସହ ସଡ଼କ ସୁରକ୍ଷାରେ ମଧ୍ୟ ସୁଧାର ଆସିବ ବୋଲି ଆଶା କରାଯାଉଛି।