
ସେହିଭଳି ଅଧିକାଂଶ ସବ-ଷ୍ଟେସନରେ ଏହି ସୁରକ୍ଷା ଭିତ୍ତିଭୂମି ନିର୍ମାଣ ଚାଲିଛି । (ଟିପିଏସ୍ଓଡିଏଲ୍) ପକ୍ଷରୁ ଉଭୟ ପାରମ୍ପରିକ ଓ ଫାଇବର ରେନଫୋର୍ସଡ଼ ପଲିମର (ଏଫଆରପି) ପାଚେରୀ ନିର୍ମାଣ କରାଯାଉଛି । ଏହି ପ୍ରାଚୀର ଗୁଡିକ ସବ-ଷ୍ଟେସନଗୁଡିକୁ ଚାରି ପାଖରୁ ଆବଦ୍ଧ କରି ରଖୁଛି । ସିଟି ସର୍କଲରେ ୧୫୬ଟି ପାରମ୍ପରିକ ଏବଂ ୧୩୯ଟି ଏଫଆରପି ପାଚେରୀ , ବ୍ରହ୍ମପୁର ସର୍କଲରେ ୬୧୬ଟି ପାରମ୍ପରିକ ଓ ୨୫ଟି ଏଫଆରପି ପାଚେରୀ ନିର୍ମାଣ କରାଯାଇଛି ।
ସେହିଭଳି ଆସ୍କାରେ ୨୩୨ଟି ପାରମ୍ପରିକ ଓ ୧୦ଟି ଏଫଆରପି ପ୍ରାଚୀର, ଭଞ୍ଜନଗରରେ ୨୬୬ ପାରମ୍ପରିକ ଓ ୬୧ଟି ଏଫଆରପି ପାଚେରୀ ନିର୍ମାଣ କରାଯାଇଥିବା ବେଳେ ରାୟଗଡାରେ ୨୪୬ଟି ଏବଂ ଜୟପୁରରେ ୧୬୭ଟି ପାରମ୍ପରିକ ପ୍ରାଚୀର ନିର୍ମାଣ ହୋଇଛି । ଗଲା ଦୁଇ ବର୍ଷ ଧରି ଟିପିଏସ୍ଓଡିଏଲ୍ ଏହି କାର୍ଯ୍ୟକୁ ପ୍ରାଥମିକତା ଦେଇ ସମ୍ପାଦନା କରୁଥିବା ବେଳେ ବଳକା ସବ-ଷ୍ଟେସନଗୁଡିକରେ ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ଜାରି ରଖିଛି ।
ଟିପିଏସଓଡ଼ିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ ଏହି ପ୍ରସଙ୍ଗରେ କହିଛନ୍ତି , ” ଉପଭୋକ୍ତାଙ୍କ ସୁରକ୍ଷା ହେଉଛି ଆମର ପ୍ରାଥମିକତା । ଡିଷ୍ଟ୍ରିବ୍ୟୁସନ ସବ-ଷ୍ଟେସନ (ଡିଏସଏସ)ଗୁଡିକର ଚାରି ପାର୍ଶ୍ବରେ ପାଚେରୀ ଘେରା କରିବା ପଦକ୍ଷେପ ସୁରକ୍ଷା ପ୍ରତି ଥିବା ଆମର ପ୍ରତିବଦ୍ଧତାକୁ ସୂଚାଉଛି । ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆମେ ସଦା କାର୍ଯ୍ୟ କରି ଆସିଛୁ ଓ ଏ ଦିଗରେ ଆମେ ବ୍ରତୀ।”