
ଶୋସାଲ ମିଡିଆରେ ଏପରି ଫଟୋ ପ୍ରକାଶ ପାଇବା ପରେ ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ। ଲୋକଙ୍କୁ ଭୟଭୀତ ନ ହେବାକୁ କହିବା ସହ ଛାତ୍ରଙ୍କ ହତ୍ୟା ଘଟଣାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଧରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଛାତ୍ର ଦ୍ୱୟଙ୍କୁ ଅପହରଣ ପରେ ହତ୍ୟା କରାଯାଇ ସେମାନଙ୍କ ଫଟୋ ଶୋସାଲ ମିଡିଆରେ ପୋଷ୍ଟ ହେବା ଘଟଣା ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ଏପରି ଏକ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ହୋଇସାରିଛି। କେନ୍ଦ୍ରୀୟ ପୁଲିସ ସହଯୋଗରେ ରାଜ୍ୟ ପୁଲିସ ପୂରା ଘଟଣାର ତଦନ୍ତ କରି ଅନୁସନ୍ଧାନ କରୁଛନ୍ତି। ଅପରାଧୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ମଧ୍ୟ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ଏକ ବିବୃତ୍ତିରେ କହିଛନ୍ତି।