Spread the love

ଲେମ୍ବ ସରବତରେ ବହୁ ଉପକାରୀ ଗୁଣ ରହିଛି। ଦୈନିକ ସକାଳୁ ଲେମ୍ବୁ ସରବତ ପିଇଲେ ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ। ମୋଟାପଣ କମାଇବା ପାଇଁ ଅନେକ ଲୋକ ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଇଥାନ୍ତି। ସୁସ୍ଥ ଜୀବନ ପାଇଁ ଏହା ନିହାତି ଆବଶ୍ୟକ। ଏଥିରେ ପ୍ରଚୁର ପରିମଣର ଭିଟାମିନ୍‌ ‘ସି’ ରହିଛି। ଗୋଟାଏ ଭଲ ଲେମ୍ବୁ ପ୍ରଚୁର ପରିମାଣର ଭିଟାମିନ ‘ସି’ ପ୍ରଦାନ କରିଥାଏ। ଖାଲି ସେତିକି ନୁହେଁ ଏଥିରେ ଯଥେଷ୍ଟ ପରିମାଣରେ ପଟାସିୟମ୍‌, ମ୍ୟାଗ୍‌ନେସିୟମ୍‌ ଏବଂ କପର୍‌ ରହିଛି। ତା’ ସତ୍ତ୍ୱେ ବି ଅଧିକାଂଶ ସମୟରେ ଲେମ୍ବୁ ସରବତ ଆମ ପାଇଁ ବିଶେଷ ଲାଭପ୍ରଦ ହୋଇନଥାଏ। କାହିଁକି ନା, ଆମେ ତାହାକୁ ଭୁଲ୍‌ ଭାବେ ପ୍ରୟୋଗ କରିଥାନ୍ତି।

ସାଧାରଣତ ଅଧିକାଂଶ ଲୋକ କିଛି ଗରମ ପାଣି ହେଉ ବା ଥଣ୍ଡା ପାଣି ହେଉ ସେଥିରେ କିଛି ଲେମ୍ବୁ ରସ ମିଶ୍ରଣ କରିବା ପରେ ପିଇଥାଉ। ମାତ୍ର ମନେ ରଖନ୍ତୁ ଲେମ୍ବୁ ରସ ପରି ଲେମ୍ବୁର ଚୋପା ମଧ୍ୟ ଖୁବ୍‌ ଉପାକରୀ ହୋଇଥାଏ। ତେଣୁ କେବଳ ଲେମ୍ବୁ ରସକୁ ନପିଇ ଆମେ ତାହାର ଚୋପର ପ୍ରୟୋଗ ଜାଣିଲେ ବେଶି ଫଳପ୍ରଦ ହେବ।

ଲେମ୍ବୁକୁ ୨ ଖଣ୍ଡ କରି କାଟି ନଦେଇ ଅନେକ ଖଣ୍ଡ କରି କାଟି ଦିଅନ୍ତୁ। କିିଛି ଗରମ ପାଣି ହେଉ ବା ଥଣ୍ଡା ପାଣି ହେଉ ସେଥିରେ ତାହାକୁ ପକାଇ ଦିଅନ୍ତୁ। ସେଥିରୁ ମାତ୍ର କିଛି ଲେମ୍ବୁ ଚିପୁଡ଼ି ଦିଅନ୍ତୁ। ଯଦି ଆହୁରି କିଛି ଲେମ୍ବୁ କଟା ରହିଯାଇଛି ଆପଣ ତାହାକୁ ନିଜ ପାଣି ବଟଲ, ଜଗ୍‌ ଆଦିରେ ପକାଇ ପରବର୍ତ୍ତୀ ମୁହୂର୍ତ୍ତରେ ସେ ପାଣିକୁ ପିଇପାରନ୍ତି। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ୍ ଜରୁରୀ।

Leave a Reply

Your email address will not be published. Required fields are marked *