Spread the love

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପିଣ୍ଟୁ ବେହେରା l ଓଡ଼ିଶାରେ ସେ ଯେତେ ପରିଚିତ ନୁହଁନ୍ତି ତା’ଠୁ ଅଧିକ ପରିଚିତ ଏବେ ସାରା ବିଶ୍ୱରେ। କାରଣ, ଦେହସାରା ନିଜ ପ୍ରିୟ ଖେଳାଳି ବିରାଟ କୋହଲିଙ୍କ ଟାଟୁ ଆଙ୍କି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି। ପିଣ୍ଟୁ ଏହି ଟାଟୁ ଜରିଆରେ ଏବେ ICC ପ୍ରମୋରେ ସ୍ଥାନ ପାଇଛନ୍ତିା

ପିଣ୍ଟୁ ନିଜ ପିଠି, ହାତ, ଛାତି ଓ ପେଟରେ ବିରାଟଙ୍କ ଟାଟୁ କରିଛନ୍ତିା ICCର ଏହି ପ୍ରମୋରେ ପିଣ୍ଟୁଙ୍କ ସହ ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍ ସୁଧିର ଚୌଧୁରୀ, ବିଶ୍ୱର ଅନ୍ୟ ବଛା ବଛା ଖେଳାଳି ଥିବା ବେଳେ ଏହାର ଭଏସ୍ ଦେଇଛନ୍ତି ବାଦଶାହ ଶାହରୁଖ। ପିଣ୍ଟୁଙ୍କ ପ୍ରମୋ ସୁଟ୍ ବେଳର ନିଜର ଅନୁଭୂତି ବଖାଣିଛନ୍ତି। ସେ କହିଛନ୍ତି, ICC ପକ୍ଷରୁ ମୋତେ ପ୍ରମୋ ସୁଟିଂ କରିବା ପାଇଁ ଫୋନ୍‌ ଆସିଥିଲା। ମୋତେ ପ୍ରମୋ କରିବ କି ନାହିଁ ପଚରାଯାଇଥିଲା। ମୁଁ ସଙ୍ଗେ ସଙ୍ଗେ ହଁ ମାରିଥିଲି। ସେମାନେ ଦେଇଥିବା ନିର୍ଦ୍ଧାରିତ ତାରିଖରେ ମୁମ୍ବାଇରେ ପହଞ୍ଚି ପ୍ରମୋ ସୁଟିଂ କରିଥିଲି। ୩ରୁ ୪ ଘଣ୍ଟା ପ୍ରମୋ ସୁଟିଂ ହୋଇଥିଲା। ମୋତେ ସେଠାରେ ଡି.କେ ବୋଲି ଡାକନ୍ତି। ମୁଁ ସେଠାରେ ଅନ୍ୟ କ୍ରିକେଟରଙ୍କ ସହ ମିଶିଥିଲି। ସେମାନେ ମୋ ଦେହରେ ବିରାଟଙ୍କ ଟାଟୁ ଦେଖି ଖୁସି ଅନୁଭବ କରିଥିଲେ। ଆଗକୁ ୱାର୍ଲ୍‌ଡ କପ୍ ଥିବାରୁ ମୁଁ ନିଜକୁ ପ୍ରସ୍ତୁତ କରୁଛି। ମୁଁ ବିରାଟ୍‌ ସାର୍‌ଙ୍କ ପରି ବଡି ବନାଇବା ପାଇଁ ଚାହୁଁଛି।

୨୦୧୯ ମସିହାରେ ସାଉଥ୍ ଆଫ୍ରିକା ବିପକ୍ଷ ମ୍ୟାଚ ପୂର୍ବରୁ ବିଶାଖାପାଟଣାରେ ବିରାଟଙ୍କୁ ସାକ୍ଷାତ କରିଥିଲେ ପିଣ୍ଟୁ। ତାଙ୍କ ଶରୀରରେ ନିଜର ୧୪ଟି ଟାଟୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିରାଟ। ତାଙ୍କୁ ଖୁସିରେ କୁଣ୍ଡାଇ ପକାଇଥିଲେ। ବିରାଟଙ୍କର ବହୁ ଫ୍ୟାନ୍‌ ଥିବା ବେଳେ ପିଣ୍ଟୁ ବିରାଟଙ୍କ ବଡ଼ ଫ୍ୟାନ୍‌ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା। ବିଭିନ୍ନ ଦେଶର ଖେଳାଳି, ଟିମ୍‌କୁ ନେଇ ଏହି ୨ ମିନିଟ୍ ୧୨ ସେକେଣ୍ଡର ବିଶ୍ୱକପ୍ କ୍ରିକେଟର ଝଲକ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେଉଛି ବିଶ୍ୱକପ୍ କ୍ରିକେଟ। ୬ ତାରିଖରେ ପାକିସ୍ତାନକୁ ଭେଟିବ ଭାରତ।

Leave a Reply

Your email address will not be published. Required fields are marked *