Spread the love

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମୁସଲମାନ ସମ୍ପ୍ରଦାୟ ହୋଇ ମଧ୍ୟ ହିନ୍ଦୁ ଧର୍ମକୁ ବହୁ ଗୁରୁତ୍ୱ ଦିଅନ୍ତି l ଏବେ ଶ୍ରାବଣ ମାସ ଚାଲିଥିବା ବେଳେ ସାରା ଭଗବାନ ଶିବଙ୍କ ଦର୍ଶନ ପାଇଁ ଜମ୍ମୁ କଶ୍ମୀରର ଅମରନାଥ ଧାମ ପରିଦର୍ଶନ କରିଥିବା ଦେଖାଯାଇଛି। ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଅଭିନେତ୍ରୀ ହାତରେ ବାଡ଼ି ଧରି ଅମରନାଥ ଯାତ୍ରା କରୁଥିବାର ନଜର ଆସିଛନ୍ତି।

ଅମରନାଥ ଧାମରୁ ସାମ୍ନାକୁ ଆସିଥିବା ଏହି ଭିଡିଓରେ ସାରା ଅଲି ଖାନ ଏକ ନୀଳ ରଙ୍ଗର ଟ୍ରାକ ସୁଟ ପିନ୍ଧି ନିଜର କେଶ ବାନ୍ଧିଥିବା ଦେଖାଯାଇଛି। ଦେହରେ ଏକ ଶାଲ ପକାଇବା ବ୍ୟତୀତ ଅଭିନେତ୍ରୀ ତାଙ୍କ ବେକରେ ଏକ ଲାଲ୍ ରଙ୍ଗର ଓଢ଼ଣୀ ପକାଇଥିବା ଦେଖାଯାଇଛି। ଭିଡିଓରେ ସାରାଙ୍କ ସହ ଅନେକ ଭକ୍ତ ଚାଲି ଚାଲି ଯାଉଥିବାର ନଜର ଆସିଛି।

ସାରା ଜଣେ ଶିବ ଭକ୍ତ l ଗତ ୬ ମାସରେ ସାରା ଚାରି ଥର ମହାକାଳେଶ୍ଵର ମନ୍ଦିର ଯାଇଛନ୍ତି l ସେଥିପାଇଁ ଅନେକ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି l ଗତମାସରେ ମଧ୍ୟ ସାରା ମହାକାଳେଶ୍ଵର ମନ୍ଦିର ଯାଇଥିଲେ l ସେଠାରେ ସନ୍ଧ୍ୟା ଆଳତୀ ସହିତ ନନ୍ଦୀ ହଲରେ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଶିବ ଜପ କରିଥିଲେ l ସାରା ଜଣେ ମୁସଲମାନ ହୋଇଥିବାରୁ ସନାତନ ଧର୍ମ ପ୍ରତି ତାଙ୍କର ଆସ୍ଥାକୁ କିଛି ଲୋକ ପସନ୍ଦ କରୁନାହାନ୍ତି l ସେଥିପାଇଁ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ସମାଲୋଚନା କରୁଛନ୍ତି l

Leave a Reply

Your email address will not be published. Required fields are marked *