Spread the love

ନୂଆଦିଲ୍ଲୀ: ଏଣିକି ଦିଲ୍ଲୀର ଗରିବ ପରିବାରକୁ ମିଳିବ ମାଗଣାରେ ଚିନି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାବିନେଟ ଗୁରୁବାର ଦିଲ୍ଲୀବାସୀଙ୍କୁ ମାଗଣା ଚିନି ଯୋଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ ଉପକୃତ ହେବେ ୨.୮୦ ଲକ୍ଷ ହିତାଧିକାରୀ। ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଉଛି ଗରିବ ପରିବାର ସମ୍ମୁଖୀନ ହେଉଥିବା ଅସୁବିଧାକୁ ହ୍ରାସ କରିବା ଏବଂ ସମସ୍ତଙ୍କ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା।

ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତି ଏବଂ ମୁଦ୍ରାସ୍ଫୀତିରୁ ସୃଷ୍ଟି ହେଉଥିବା ଆହ୍ୱାନକୁ ଧ୍ୟାନରେ ରଖି କୌଣସି ବ୍ୟକ୍ତିଙ୍କୁ ଖାଦ୍ୟ ନିରାପତ୍ତାର ସମ୍ମୁଖୀନ ନହେବାକୁ ପଡେ ସେ ନେଇ ଦିଲ୍ଲୀ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏହି ପ୍ରୟାସରେ, ଏପ୍ରିଲ୍ ୨୦୨୦ରୁ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ପିଡିଏସ ହିତାଧିକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ରାସନ ମାଗଣାରେ ବଣ୍ଟନ କରାଯାଇଥିଲା। ଏହା ପରେ ମେ ୨୦୨୧ ରୁ ମେ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସମସ୍ତ ହିତାଧିକାରୀଙ୍କ ପାଇଁ ଗହମ, ଚାଉଳ ବ୍ୟତୀତ ଦିଲ୍ଲୀ ସରକାର ମାଗଣା ଚିନି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାର ଅନ୍ତୋଦୟ ଅନ୍ନ ଯୋଜନାର ହିତାଧିକାରୀଙ୍କୁ ଚିନି ସବସିଡି ଯୋଜନା ଅଧୀନରେ ମାଗଣା ଚିନି ଯୋଗାଇବ। ଜାନୁଆରୀ ୨୦୨୩ ରୁ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ଅନ୍ତୋଦୟ ଅନ୍ନ ଯୋଜନା କାର୍ଡଧାରୀଙ୍କୁ ମାଗଣାରେ ଚିନି ବଣ୍ଟନ କରାଯିବ। ସରକାରଙ୍କ ଏହି ନିଷ୍ପତ୍ତିରେ ୬୮,୭୪୭ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡଧାରୀଙ୍କ ସମେତ ପ୍ରାୟ ୨,୮୦,୨୯୦ ହିତାଧିକାରୀ ଉପକୃତ ହେବେ। ଏହି ପଦକ୍ଷେପ କାର୍ଯ୍ୟକାରୀ ପାଇଁ ପ୍ରାୟ ୧.୧୧ କୋଟି ଟଙ୍କା ଆନୁମାନିକ ବଜେଟ୍ ଆବଶ୍ୟକ ହେବ।

Leave a Reply

Your email address will not be published. Required fields are marked *