Spread the love

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ଥିବା ବେଳେ ଜଙ୍ଗଲଗୁଡ଼ିକରେ ନିଆଁ ଲାଗିଛି। ରାଜ୍ୟର ଅଧିକାଂଶ ଜଙ୍ଗଲରେ ଏବେ ବନାଗ୍ନି ଦେଖିବାକୁ ମିଳୁଛି। ତେବେ ଏହାକୁ ପ୍ରତିହତ କରିବା ପାଇଁ ବନ ବିଭାଗ ତତ୍ପରତା ଦେଖାଇଛି। ଗତ ୭ ଦିନ ଭିତରେ ବେଶି ନିଆଁ ଲାଗିଥିବା ୧୨ଟି ଡିଭିଜନର ଡିଏଫଓ ଏବଂ ଜିଲ୍ଲାପାଳଙ୍କୁ ନେଇ ଶନିବାର ଉଚ୍ଚସ୍ତରୀୟ ବୈଠକ ବସିଥିଲା। ନିଆଁ କିପରି ନ ଲାଗିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ଉପରେ ନଜର ରଖି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦିଆଯାଇଛି ବୋଲି ପିସିସିଏଫ୍‌ ଦେବୀଦତ୍ତ ବିଶ୍ବାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଶ୍ରୀ ବିଶ୍ବାଳ କହିଛନ୍ତି ଯେ, ସୋମବାର ସୁଦ୍ଧା ୩୦୦ରୁ ଅଧିକ ପଏଣ୍ଟରେ ନିଆଁ ଲାଗିଥିଲା। ଗତ ୧୩ ଓ ୧୪ରେ ୮୦୦ରୁ ୯୦୦ ପଏଣ୍ଟରେ ନିଆଁ ଲାଗିଥିଲା। ସମ୍ବଲପୁରକୁ ଛାଡି ବାକି ଜିଲ୍ଲାରେ ୯୮ ପ୍ରତିଶତରୁ ଅଧିକ ନିଆଁ ଲିଭା ଯାଇଛି। ଗତ କିଛି ଦିନ ଭିତରେ କନ୍ଧମାଳ, କୋରାପୁଟ ଓ କଳାହାଣ୍ଡିରେ ଅଧିକ ନିଆଁ ଲାଗୁଛି।

Leave a Reply

Your email address will not be published. Required fields are marked *