Spread the love

ଡିଣ୍ଡୀଗୁଲ୍‌: ୨୦୧୯ ମାନହାନି ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ଦଣ୍ଡାଦେଶ ଦେଇଥିବା ବିଚାରପତିଙ୍କ ଜିଭ କାଟିପକାଇବାକୁ ଧମକ ଦେଇଥିବା ତାମିଲନାଡୁର ଡିଣ୍ଡୀଗୁଲ୍‌ ଜିଲ୍ଲାର ଜଣେ କଂଗ୍ରେସ ନେତାଙ୍କ ନାମରେ ମାମଲା ରୁଜୁ କରାଯାଇଛି।
ରାହୁଲ୍‌ ଗାନ୍ଧୀଙ୍କୁ ଦଣ୍ଡାଦେଶ ଦେଇଥିବା ବିଚାରପତିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ଡିଣ୍ଡୀଗୁଲ୍‌ ଜିଲ୍ଲା ସଭାପତି ମାଣିକନନ୍ଦନଙ୍କ ନାମରେ ଶନିବାର ଦିନ ଡିଣ୍ଡୀଗୁଲ୍‌ ପୁଲିସ ମାମଲା ରୁଜୁ କରିଛି।
ପୁଲିସ କହିଛି, ଦେଇଥିବା ମନ୍ତବ୍ୟ ଲାଗି ‘୧୫୩ବି’ ସମେତ ‘ଆଇପିସି’ର ୩ଟି ଧାରାରେ କଂଗ୍ରେସ ନେତା ମାଣିକନନ୍ଦନଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଘଟଣା ସଂକ୍ରାନ୍ତରେ ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ରାହୁଲ୍‌ ଗାନ୍ଧୀଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରାଯିବା ଘଟଣା ଉପରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ଏପ୍ରିଲ୍‌ ୬ ତାରିଖ ଦିନ ମାଣିକନନ୍ଦନ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଆମେ କ୍ଷମତାକୁ ଆସିଲେ, ଆମ ନେତା ରାହୁଲ୍‌ ଗାନ୍ଧୀଙ୍କୁ ଜେଲ୍‌ ପଠାଇବାକୁ ରାୟ ଦେଇଥିବା ବିଚାରପତିଙ୍କ ଜିଭ କାଟି ପକାଇବୁ।

‘ମୋଦୀ ସାଙ୍ଗିଆ’ ମନ୍ତବ୍ୟ କାରଣରୁ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ଗୁଜରାଟର ସୁରତ ଜିଲ୍ଲା ଅଦାଲତ ରାହୁଲ୍‌ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୧୫,୦୦୦ ଟଙ୍କା ଜରିମାନା ‌କରିବା ପରେ ମାର୍ଚ ୨୪ ତାରିଖ ଦିନ ତାଙ୍କୁ ଲୋକସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *