ଭୁବନେଶ୍ୱର ୨୭।୦୮ : ଆକ୍ସନରେ ଖାଦ୍ୟ ନିରାପତ୍ତା ବିଭାଗ । ରାକ୍ଷୀ ପୂର୍ଣ୍ଣିମା ପାଇଁ ବଜାରରେ ମିଠା ବିକ୍ରି ଜୋରଦାର ଚାଲିଛି । କେଉଁ ମିଠା ଭେଜାଲ, କେଉଁ ମିଠା ଅପମିଶ୍ରିତ । ସେନେଇ ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଖାଦ୍ୟ ନିରାପତ୍ତା ବିଭାଗ ।
ମିଠା ଦୋକାନରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର। ଚାଲିଛି କଡ଼ାକଡ଼ି ଯାଞ୍ଚ, ଆଦାୟ ହେଉଛି ମୋଟା ଅଙ୍କର ଫାଇନ। ଅପମିଶ୍ରିତ ଓ ବାସୀ ମିଠା ଓ ଗୁଣବତ୍ତା ନେଇ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଭୁବନେଶ୍ବରର ବିଭିନ୍ନ ମିଠା ଦୋକାନ ଗୁଡ଼ିକରେ ଅଚାନକ ଚଢ଼ାଉ ହେଉଛି। ଲୋକଭବନ ଅଞ୍ଚଳ, ଜାଗମରା ଅଞ୍ଚଳର ବିଭିନ୍ନ ମିଠା ଷ୍ଟଲ୍ ଏବଂ କାରଖାନା ଚାଲିଛି ଚଢାଉ । ଏହି ଚଢାଉରେ କିଛି ନମୁନା ସଂଗ୍ରହ କରି ଲାବ୍ରୋଟେରୀକୁ ପଠାଯିବ । ବାସୀ ଓ ଅପମିଶ୍ରିତ ମିଠା ଗୁଡ଼ିକ ନଷ୍ଟ କରାଯାଇଛି।