Spread the love

ଭୋଗରାଇ ୨୭।୮: ଆନ୍ଧ୍ରପ୍ରଦେଶ ଉପକୂଳରୁ ୨୮ ଦିନ ଧରି ନିଖୋଜ ଥିବା ଟ୍ରଲର ଉଦ୍ଧାର । ମାତୁୟାନାମା ନାମକ ଏହି ଟ୍ରଲରକୁ ବଙ୍ଗୋପସାଗର ମଝିରୁ ଉଦ୍ଧାର କରିଛନ୍ତି ପଶ୍ଚିମବଙ୍ଗ ଦୀଘା ବେଳାଭୂମିର ମତ୍ସ୍ୟଜୀବୀ ।

ବୁଧବାର ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲର ୧୩ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଦୀଘା ମୁହାଣ ନିକଟରୁ ସମୁଦ୍ରକୁ ମାଛ ମାରିବାକୁ ବାହାରିଥିଲେ । ପ୍ରାୟ ୫୦ କିଲୋମିଟର ଯିବା ପରେ ମଝି ସମୁଦ୍ରରେ ବିପଦସଙ୍କୁଳ ଅବସ୍ଥାରେ ଆନ୍ଧ୍ରପ୍ରଦେଶର ଟ୍ରଲରଟି ଭାସୁଥିବା ଦେଖି ସେଥିରେ ଥିବା ମତ୍ସ୍ୟଜୀବୀଙ୍କ ସହିତ କଥା ହୋଇଥିଲେ । ଜାଣିବାକୁ ପାଇଥିଲେ ଯେ, ସେମାନେ ପ୍ରାୟ ୨୮ ଦିନ ଧରି ନିଖୋଜ ଅଛନ୍ତି । ସେହି ଟ୍ରଲରରେ ୮ ଜଣ ମତ୍ସ୍ୟଜୀବୀ ରହିଥିବା ବେଳେ ୭ ଜଣ ସୁସ୍ଥ ଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ ।
ପଶ୍ଚିମବଙ୍ଗର କାଳୀଗଙ୍ଗା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଏହାସହ ମଝି ସମୁଦ୍ରରେ ଅଚଳ ଟ୍ରଲରଟିକୁ ଦୌଡ଼ିରେ ବାନ୍ଧି କୂଳକୁ ଆଣିଥିଲେ । କୂଳରେ ପହଞ୍ଚିବା ପରେ ଆନ୍ଧ୍ର ଟ୍ରଲର ମତ୍ସ୍ୟଜୀବୀ ମାନଙ୍କୁ ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଅଧିକ ତଦନ୍ତ କରୁଛି ଦୀଘା ପୋଲିସ ।

Leave a Reply

Your email address will not be published. Required fields are marked *