Spread the love

ବଲାଙ୍ଗୀର: ନକଲି ପ୍ରମାଣପତ୍ର ମାମଲାରେ ବଲାଙ୍ଗୀର ପୁଲିସ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ ସୋମବାର କୋର୍ଟ ଚାଲାଣ କରିଛି। ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ନକଲି ସାର୍ଟିଫିକେଟ କିଣି ଯେଉଁମାନେ ଡାକବିଭାଗରେ ପଦବି ଆବେଦନ କରିଥିଲେ ସେମାନଙ୍କୁ ପୁଲିସ ଗିରଫ କରିଛି। ଆଜି ନକଲି ସାର୍ଟିଫିକେଟ କାରବାରର ପୁରା ପଦ୍ଦଫାସ କରିଛନ୍ତି ବଲାଙ୍ଗୀର ଏସପି। କେମିତି ଚାଲିଥିଲା ନକଲି ସାର୍ଟିଫିକେଟ କାରବାର ସେ ନେଇ ଆମ ‘ସମ୍ବାଦ’ ପ୍ରତିନିଧି ଏସପି ନିତିନ କୁଶଳକରଙ୍କ ସହ ଅଧିକ ଆଲୋଚନା କରିଛନ୍ତି।
ଚର୍ଚ୍ଚା ହେଉଛି ଯେ, ମନୋଜ ଗ୍ରାହକମାନଙ୍କ ଠାରୁ ଦେଢ଼ ଲକ୍ଷରୁ ୨ ଲକ୍ଷ ନେଉଥିଲେ। କହୁଥିଲେ ଚାକିରିରେ କାମ ଆସିବ। ପୂରା ଅସଲି ସାର୍ଟିଫିକେଟ ଓ ଭେଲିଡ୍‌ ବୋଲି ଲୋକଙ୍କୁ ଫୁସୁଲାଇ ବହୁ ବର୍ଷ ହେଲା କୋଚିଂ ସେଣ୍ଟର ନାଁରେ ଦୋକାନ ଖୋଲିଥିଲେ। ଏବେ ପୁଲିସର ତନାଘନାରେ ସାମ୍ନାକୁ ଆସିଛି ମନୋଜ ମିଶ୍ରଙ୍କ ଅସଲ ଚେହେରା। ମନୋଜ ନକଲି ପ୍ରମାଣପତ୍ର ବିକି ରୋଜଗାର କରିଥିବା ଟଙ୍କାରେ କୋଟି କୋଟି ଟଙ୍କାର ଜମି କିଣିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ନିକଟରେ ୩୦ ଲକ୍ଷରୁ ଅଧିକ ଟଙ୍କାରେ ଏକ ଜମି କିଣିଥିବା ବେଳେ ତାଙ୍କ ୭- ୮ଟି ମୂଲ୍ୟବାନ ପ୍ଲଟ୍‌ ବଲାଙ୍ଗୀର ଓ ଆଖପାଖରେ କିଣିଥିବା ସୂଚନା ପାଇ ପୁଲିସ ଛାନଭିନ ଚଳାଇଛି।

Leave a Reply

Your email address will not be published. Required fields are marked *