Spread the love

ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ ଅବସରରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ। କେନ୍ଦ୍ରାଞ୍ଚଳ ଆରଡିସି ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି। ଲୋକାଲ ହଲିଡେ ପାଇଁ ସେହିଦିନ (ବୁଧବାର) ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି।
ଦିନକ ପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ଏକାମ୍ରକ୍ଷେତ୍ରରେ ଉତ୍ସାହ ଦେଖାଯାଇଛି। ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ତେବେ ଯାତ୍ରା ପରିଚାଳନା ପ‌ାଇଁ ସମନ୍ବୟ ବୈଠକରେ କୌଣସି ସେବାୟତ ଯୋଗ ଦେଇ ନଥିବା ବେଳେ ବୈଠକରେ ସବୁ ସେବାୟତ ନିଯୋଗର ପ୍ରତିନିଧିମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *