Spread the love

ସୁନ୍ଦରଗଡ଼: ରାମାୟଣ ଧାରାବାହିକ ଓ ରାମସେତୁ ଚଳଚିତ୍ରରେ ଲୋକେ ଦେଖିଥିଲେ ଲଙ୍କା ଯିବା ପାଇଁ ବାନରସେନା ସମୁଦ୍ରରେ ପଥର ସେତୁ ନିର୍ମାଣ କରିଥିଲେ। ଯାହା ଭାସମାନ ଥିଲା। ସେପରି ଏକ ଭାସମାନ ପଥର ଏବେ ସୁନ୍ଦରଗଡ଼ରେ ଦେଖିବାକୁ ମିଳୁଛି। ସହରର ପଞ୍ଚମୁଖୀ ହନୁମାନ ମନ୍ଦିରଠାରେ ରାମେଶ୍ବରମରୁ ଅଣାଯାଇଥିବା ଏକ ପଥରକୁ ଏକ ପାଣି କୁଣ୍ଡରେ ରଖାଯାଇଛି। ଆଗକୁ ପବିତ୍ର ରାମନବମୀ ଓ ଏବେ ଚୈତ୍ର ନବରାତ୍ର ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ରାମେଶ୍ବରମରୁ ଅଣାଯାଇଥିବା ଏହି ପଥରକୁ ରାମସେତୁ ମଣି ଏଠାରେ ସ୍ଥାପନ କରାଯାଇଛି। ଭାସମାନ ପଥରକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ତାମିଲନାଡୁର ରାମେଶ୍ବରମ୍‌ର ଏକ ମନ୍ଦିରରେ ଥିବା ପାଣି କୁଣ୍ଡରେ ଏକାଧିକ ପଥର ଭାସୁଛି। ରାମେଶ୍ବରମ ତୀର୍ଥ କରିବାକୁ ଯାଉଥିବା ଶ୍ରଦ୍ଧାଳୁମାନେ ଏହି ପଥର ଦେଖିବାକୁ ଭୁଲନ୍ତି ନାହିଁ। ପଥର ଖଣ୍ଡଗୁଡ଼ିକ ପାଣିରେ ଭାସୁଥିବା ଦେଖିବା ମାତ୍ରେ ଶ୍ରଦ୍ଧାଳୁମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ।

Leave a Reply

Your email address will not be published. Required fields are marked *