Spread the love

ନୂଆଦିଲ୍ଲୀ : ଲୋକସଭା ସଦସ୍ୟ ପଦ ହରାଇବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ ନିଜକୁ ଅଯୋଗ୍ୟ ସାଂସଦ ବୋଳି କହିଛନ୍ତି।
ଆଜି ନିଜ ଟ୍ୱିଟର୍ ପ୍ରୋଫାଇଲ୍ ବାୟୋ ବଦଳାଇ ସେ ଏଭଳି କିଛି ଘୋଷଣା କରିଛନ୍ତି । ରାହୁଲ ନିଜ ବାୟୋରେ ‘ଡିସକ୍ୱାଲିଫାଏ ଏମ୍‌ପି’ ବା ‘ଅଯୋଗ୍ୟ ସାଂସଦ’ ଲେଖିଛନ୍ତି। ରାହୁଲଙ୍କ ଏହି ସୋଶାଲ ମିଡିଆ ପ୍ରୋଫାଇଲ୍ ବାୟୋ ଏବେ ଭାଇରାଲ ହେବାରେ ଲାଗିଛି। ଏଥିସହ ସେ ପ୍ରୋଫାଇଲରେ ‘ଡରୋ ମତ୍’ ବା ଡର ନାହିଁ ବୋଲି ଦର୍ଶାଇଛି କଂଗ୍ରେସ। କିଛି କଂଗ୍ରେସ ନେତା ମଧ୍ୟ ‘ଡରୋ ମତ୍’ ପ୍ରୋଫାଇଲ ଫଟୋ ରଖିଛନ୍ତି।
ସେପଟେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ନେଇ ଆଜି ସାରା ଦେଶରେ କଂଗ୍ରେସ ରଣହୁଙ୍କାର ଦେଇଛି। ବିଭିନ୍ନ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇ ବିଜେପି ସରକାର ବିରୋଧରେ ସଂକଳ୍ପ ସତ୍ୟାଗ୍ରହ କରୁଛନ୍ତି। ଅନ୍ୟପଟେ ରାହୁଲ ନିଜ ପ୍ରୋଫାଇଲ୍ ବାୟୋ ବଦଳାଇ ନିଜ ବିରୋଧକୁ ନିଆରା ଢ଼ଙ୍ଗାରେ ଉପସ୍ଥାପନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୪ ବର୍ଷ ତଳରେ ବିବାଦୀୟ ବୟାନ ଦେଇଥିବା ରାହୁଲଙ୍କୁ ଗୁରୁବାର ସୁରଟ ସେସନ୍ସ କୋର୍ଟ ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ। ଯଦିଓ ତାଙ୍କୁ ତୁରନ୍ତ ଏହି ମାମଲାରେ ଜାମିନ୍ ମିଳିଥିଲା, କିନ୍ତୁ ପରଦିନ ତାଙ୍କୁ ସାଂସଦ ଭାବେ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଯାହାକୁ ନେଇ ପୂରା କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ହଲ୍ଲାବୋଲ ଡାକରା ଦେଇଛି।

Leave a Reply

Your email address will not be published. Required fields are marked *