Spread the love

ଭୁବନେଶ୍ବର : ଆସନ୍ତା ୨ ଦିନ ରାଜ୍ୟରେ ବହୁ ଜିଲ୍ଲାରେ ପ୍ରବଳ ବଜ୍ରପାତ ସାଙ୍ଗକୁ ଝଡ଼ବର୍ଷା ହେବ। ଏନେଇ ଆଜି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ବଜ୍ରପାତ ସହ ବର୍ଷା ସମୟରେ ୪୦ରୁ ୫୦ କିମି ପବନ ବହିବା ସମ୍ଭାବନା ରହିଛି।
ଆସନ୍ତାକାଲି ପାଇଁ ରାଜ୍ୟର ୧୦ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ କନ୍ଧମାଳ।
ସେହିପରି ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି।
ଏହି ସ୍ଥାନମାନଙ୍କରେ ପ୍ରବଳ ବଜ୍ରପାତ ସାଙ୍ଗକୁ କାଳବୈଶାଖୀ ଆଶଙ୍କା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଏହି ବଜ୍ରପାତ ଓ ଝଡ଼ବର୍ଷା ଅନୁମାନ କରାଯାଇଛି।
ଏଥିଯୋଗୁ ୩ ଦିନ ପର୍ଯ୍ୟନ୍ତ ପାଗ ଥଣ୍ଡା ରହିବ। ମାତ୍ର ଏହାପରେ ତାପମାତ୍ର ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ।
ପଶ୍ଚିମାଝଡ଼ ପ୍ରଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ମଧ୍ୟ ରେକର୍ଡ ହୋଇଛି। କୋରାପୁଟରେ ୧୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯେତେବେଳେ କି ରାଜ୍ୟର ୩ ସ୍ଥାନରେ ଅତି ପ୍ରବଳ ବର୍ଷା ଓ ୮ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *