Spread the love

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଆସନ୍ତାକାଲି ସମସ୍ତ ସ୍କୁଲ,କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ନେଇ ଘୋଷଣା କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିବା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ବର୍ଷା ପାଇଁ କେନ୍ଦୁଝର ଜିଲ୍ଲାକୁ ଦିଆଯାଇଛି ରେଡ ଆଲର୍ଟ ସତର୍କ । ଯାହାକୁ ନେଇ କେନ୍ଦୁଝର ଜିଲ୍ଲାର ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରିବା ସହିତ ଅଧିକାରୀମାନଙ୍କୁ ନିଜ କାର୍ଯ୍ୟାଳୟ ଛାଡି ଛୁଟିରେ ନଯିବା ପାଇଁ ନିର୍ଦ୍ଧେଶ ଦିଆ ଯାଇଛି । ଯୋଡ଼ା ବ୍ଲକରେ ହେବାକୁ ଥିବା ଅଭିଯୋଗ ଶୁଣାଣି ମଧ୍ୟ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁ ବନ୍ୟାକୁ ସମ୍ମୁଖୀନ କରୁଥିବା ଲୋକଙ୍କୁ ପ୍ରଶାସନ ସତର୍କ କରାଉଛି ।

Leave a Reply

Your email address will not be published. Required fields are marked *