Spread the love

କଟକ : ରାୟଗଡ଼ା ଗେରେଙ୍ଗାଗୁଡ଼ା ଗ୍ରାମର ପୀଡେରା କଡ଼ାଇସିକା ହାଜତ ମୃତ୍ୟୁ ମାମଲାରେ ସିଆରପିଏଫ୍‌ ଓ ପୁଲିସ ବିଭାଗକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ପାଖରେ ଏହି ଟଙ୍କା ଡିପୋଜିଟି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସିଆରପିଏଫ ଏବଂ ରାଜ୍ୟ ପୁଲିସ ଉଭୟ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶରେ କୁହାଯାଇଛି। ୮ ସପ୍ତାହ ମଧ୍ୟରେ ଏହି ଟଙ୍କା ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଦେବା ସହ ୯ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି।
ସୂଚନା ଥାଉକି, ଗତ ୨୦୧୦ ଜୁନ ୩ ତାରିଖରେ ରାୟଗଡା ଜିଲ୍ଲାରେ ଘଟିଥିଲା ଏହି ଅଭାବନୀୟ ଘଟଣା। ମାଓବାଦୀ ସନ୍ଦେହରେ ଗେରେଙ୍ଗାଗୁଡ଼ା ଗ୍ରାମର ପୀଡେରା କଡ଼ାଇସିକାଙ୍କୁ ଚନ୍ଦ୍ରପୁର ଥାନାରେ ସିଆରପିଏଫ କର୍ମଚାରୀ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *