Spread the love

କଟକ : ମର୍କତନଗର ସେକ୍ଟର ୬ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରିଂଶତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି | ବିଦ୍ୟାଳୟର ସଭାପତି ଘାସୀରାମ ବର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ସନ୍ଥ ସ୍ୱାମୀ ଅସୀମାନନ୍ଦ ସରସ୍ବତୀ ମହାରାଜ ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବାରବାଟୀ କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ମୁଖ୍ୟବକ୍ତାଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ଅନୁସୂୟା ମିଶ୍ର ଓ ସମ୍ମାନିତ ଅତିଥି ରୂପେ ଚିକିତ୍ସକ ଡାକ୍ତର ବିଶ୍ୱନାରାୟଣ ମହାନ୍ତି ଓ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଓଡିଶା ଅଗ୍ନିଶମ ସେବା ଅଧିକାରୀ ଅମୃନ ଗୌରବ ଯାଗେଦଇଥଲ | ନିଜର ଲକ୍ଷ୍ୟପଥରେ ଦୃଢ ରହିଲେ ପିଲାମାନେ ଜୀବନର ଯେକୌଣସି କ୍ଷେତ୍ରରେ ସଫଳତା ପାଇ ପାରିବେ ବୋଲି ଅତିଥିମାନେ ନିଜ ନିଜ ଭାଷଣମାଧ୍ୟମରେ ପ୍ରକାଶ କରିଥିଲେ | ସମ୍ପାଦକ ଆଡ଼ଭୋକେଟ ସୁବାସ ଚନ୍ଦ୍ର ପାଇଟାଲ ସ୍ବାଗତ ଭାଷଣ ଦେଇଥିବାବେଳେ ପ୍ରଧାନାଚାର୍ଯ୍ୟା ରେଣୁକା ନାୟକ ବାର୍ଷିକ ବିବରଣୀ ପାଠ ପ୍ରଦାନ କରିଥିଲେ | ବେଦପାଠ କରିଥିଲେ ଶୁଭଶ୍ରୀ ଯାଜ୍ଞସେନୀ | ବରିଷ୍ଠ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ | ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ “କୃଷ୍ଣଚୂଡା” ପରିବେଷଣ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମକୁ ସଂଘମିତ୍ରା ସାମଲ, ସୋମା ବିଶ୍ୱାସ, ପ୍ରଫୁଲ୍ଲ କୁମାର ପୃଷ୍ଟି, ରୁବି ପରିଡା ସଲିଳା ତନୁଜା ସ୍ୱାଇଁ ପ୍ରଭୃତି ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବିକାମାନେ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *