Spread the love

ବ୍ରହ୍ମପୁର : ଅନେକ ଦିନର ପ୍ରତୀକ୍ଷା ପରେ ଶେଷରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡାରୁ ଉଡ଼ିଲା ବିମାନ। ବିମାନସେବା ଉଡାଣର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରଙ୍ଗେଇଲୁଣ୍ଡାରୁ ୯ ସିଟ୍ ବିଶିଷ୍ଟ ଏକ ବିମାନ ଉଡ଼ାଣ ଭରିଛି । ଆଜି ଦିନ ୧୦ଟା ୪୦ମିନିଟରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ପହଂଚିଥିଲା ବିମାନ। ଏହା ପରେ ୧୧. ୧୫ରେ ସେଠାରୁ ଭୁବନେଶ୍ବର ଅଭିମୁଖେ ଯାଇଥିଲେ ୪ ଯାତ୍ରୀ।ସୂଚନା ଥାଉକି ତେବେ ସପ୍ତାହକୁ ଦୁଇ ଥର ଭୁବନେଶ୍ୱରକୁ ରଙ୍ଗେଇଲୁଣ୍ଡା ଚଳାଚଳ କରିବ ବିମାନ । ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ବିମାନ ସେବାର ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ।
ବିମାନ ଚଳାଚଳ ଦ୍ୱାରା ଉଦ୍ୟୋଗ ଏବଂ ପର୍ୟ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ବୋଲି ଆଶା କରା ଯାଉଛି, ରଙ୍ଗେଇଲୁଣ୍ଡାକୁ ବିମାନ ଚଳାଚଳ ପାଇଁ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଏୟାରଷ୍ଟ୍ରିପର ଭୂତ୍ତିଭୂମି ବଢାଇବା ସହ ସହ ଅଧିକ ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି।ଏହି ଉଦଘାଟନ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ମନ୍ତ୍ରୀ ଉଷା ଦେବି, ଗଞ୍ଜାମ ଜିଲ୍ଲାର ଜିଲ୍ଲା ପାଳ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ରଚ୍ୟାଉ ପଟ୍ଟନାୟକ ଏବଂ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *